ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କେନ୍ଦ୍ରାପଡ଼ା: ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ନେଇ ରାଜନୈତିକ ଦଳଗୁଡ଼ିକ ସହ ବୈଠକ

କେନ୍ଦ୍ରାପଡ଼ା: ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ନେଇ ରାଜନୈତିକ ଦଳଗୁଡ଼ିକ ସହ ବୈଠକ – ସମୀକ୍ଷା ଖବର

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା :

କେନ୍ଦ୍ରାପଡ଼ା, ୦୩.୦୯.୨୦୨୬: ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ—ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ାରେ SIR ପ୍ରକ୍ରିୟାର ଅଗ୍ରଗତି ନେଇ ସମୀକ୍ଷା ଓ ଆଲୋଚନା କରାଯାଇଥିଲା। ବୈଠକରେ, ଭୋଟର ତାଲିକାରେ ନାମ ଯୋଗ, ବାଦ ଓ ସଂଶୋଧନ ସମେତ SIR-୨୦୨୬ ଅଧୀନରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକଳାପ ଓ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା।

କେନ୍ଦ୍ରାପଡ଼ା: ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ନେଇ ରାଜନୈତିକ ଦଳଗୁଡ଼ିକ ସହ ବୈଠକ – ସମୀକ୍ଷା


ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ସୁଚାରୁ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ପାଇଁ ଆଶା ପ୍ରକାଶ କରାଯାଇଥିଲା।
ବୈଠକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଭାତ କୁମାର ପାଢ଼ୀ, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଡିସିସି ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ବିଜୁ ଜନତା ଦଳ ପକ୍ଷରୁ ଉପସଭାପତି ମୁକ୍ତାର ଖାନ, ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲ୍ଲା ପ୍ରଭାରୀ ସୁଧାକର ମଲ୍ଲିକ, ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡ଼ା ଏବଂ ସିପିଆଇ(ଏମ୍) ପକ୍ଷରୁ ଗୟାଧର ଧଳ ଯୋଗଦେଇଥିଲେ।
ଏହାସହ ୯୬-ପାଟକୁରା ନିର୍ବାଚନମଣ୍ଡଳୀର ERO ଅଜାମ୍ବର ମହାନ୍ତି, ୯୭-କେନ୍ଦ୍ରାପଡ଼ାର ERO ଅରୁଣ କୁମାର ନାୟକ, ୯୮-ଆଳିର ERO ନବକ୍ରିଷ୍ଣ ଜେନା, ୯୯-ରାଜନଗରର ERO ରବୀନ୍ଦ୍ର କୁମାର ମଲ୍ଲିକ, ୧୦୦-ମହାକାଳପଡ଼ାର ERO ସନ୍ଧ୍ୟାଞ୍ଜଳି ମାଝୀ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଅମୀୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା: ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ନେଇ ରାଜନୈତିକ ଦଳଗୁଡ଼ିକ ସହ ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି:ଟାୟାର ବୋଝେଇ ଟ୍ରକ୍ ଓଲଟିଲା, ଚାଳକ ଗୁରୁତର