ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଖୋର୍ଦ୍ଧା କେନ୍ଦୁଝର ପୁରୀ

ଓଡ଼ିଶାର ମୋଷ୍ଟ ୱାଣ୍ଟେଡ ଅପରାଧୀ ଟୁନା ହରିଜନ ଗିରଫ

ଓଡ଼ିଶାର ମୋଷ୍ଟ ୱାଣ୍ଟେଡ ଅପରାଧୀ ଟୁନା ହରିଜନ ଗିରଫ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ. ରାଜ୍ୟ ପ୍ରତିନିଧି, ସମୀକ୍ଷା ନିଉଜ:

କୋରାପୁଟ: ପୋଲିସ କବଜାରେ ଦୁର୍ଦ୍ଧାନ୍ତ ଅପରାଧୀ।କୋରାପୁଟ ଜିଲ୍ଲାର ଦୁର୍ଦ୍ଧାନ୍ତ ଅପରାଧୀ ଟୁନା ହରିଜନ କୁ ଫିଲ୍ମ ଷ୍ଟାଇଲରେ ପୋଲିସ ଗିରଫ କରିଛି। ଛତିଶଗଡ଼ର ଜଗଦଲପୁର ରେ ଆତ୍ମଗୋପନ କରିଥିବା ବେଳେ ଧରାପଡ଼ିଛି । କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ଟୁନା ହରିଜନ ଙ୍କ ନାମରେ ରହିଛି ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା। ଯେପରି ଚୋରି, ଡକାୟତି, ରାହାଯାନୀ ଭଳି ଅପରାଧିକ ଘଟଣା ରେ ମାମଲା ରହିଛି ।ଆଜି ଛତିଶଗଡ଼ ଜଗଦଲପୁର ବସଷ୍ଟାଣ୍ଡ ରେ ପୋଲିସ ଦ୍ୱାରା ଗିରଫ କରାଯାଇଛି।ବୋରିଗୁମ୍ମା ରେ କିଛି ଦିନ ତଳେ ପୋଲିସ ଉପରକୁ ବ୍ଲାଙ୍କ ଫାଇରିଂ କରି ଚମ୍ପଟ ମାରିଥିଲା ଟୁନା।ଟୁନା ହରିଜନ କୁ କାବୁ କରିବା ପାଇଁ ପୋଲିସ ଜାଲ ବିଛାଇଥିଲା।କୋରାପୁଟ ଏସ୍ପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଟୁନା ର ଗତି ବିଧିକୁ ଅନୁଧ୍ୟାନ କରି ଆଜି ଜଗଦଲପୁର ରେ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ।

ଓଡ଼ିଶାର ମୋଷ୍ଟ ୱାଣ୍ଟେଡ ଅପରାଧୀ ଟୁନା ହରିଜନ ଗିରଫ – ସମୀକ୍ଷା
ଓଡ଼ିଶାର ମୋଷ୍ଟ ୱାଣ୍ଟେଡ ଅପରାଧୀ ଟୁନା ହରିଜନ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ