ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର

କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର – ସମୀକ୍ଷା ଖବର

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ

କେନ୍ଦୁଝର , ୦୩/୦୯: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି, ସମ୍ବଲପୁର) ତଥା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପର୍ଯ୍ୟବେକ୍ଷକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,(ଭା.ପ୍ର.ସେ.), ଆଜି ଦ୍ୱିତୀୟ ଥର ପାଇଁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଚମ୍ପୁଆ ଗସ୍ତ କରିବା ସହ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ଗସ୍ତ ସମୟରେ ଆରଡିସି ଶ୍ରୀ ମହାପାତ୍ର ବିଭିନ୍ନ ଦାଖଲ ଫର୍ମଗୁଡ଼ିକର ସମାଧାନ ଓ ନିଷ୍ପତ୍ତି ପ୍ରକ୍ରିୟାର ତଦାରଖ କରିଥିଲେ। ବିଶେଷ କରି ଯେଉଁ ବୁଥ୍‌ଗୁଡ଼ିକରେ ସର୍ବାଧିକ ନୂତନ ନାମ ଯୋଗ ଏବଂ ନାମ ବାଦ୍ ପଡ଼ିଛି, ସେହି ବୁଥ୍‌ଗୁଡ଼ିକର ସ୍ଥିତି ଏବଂ ପରିସଂଖ୍ୟାନକୁ ସେ ବିଶେଷ ଭାବରେ ସମୀକ୍ଷା କରିଥିଲେ।

କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର – ସମୀକ୍ଷା

ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଯୋଜନାବଦ୍ଧ ଏବଂ ସୁଚାରୁ ରୂପେ ଚାଲିଥିବାରୁ ସେ ସାମଗ୍ରିକ ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।ଏହି ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ) ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ମନ୍ଦରଧର ମହାଳିକ, ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଇଆରଓ ତଥା ଉପ-ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡ଼ା, ଡେପୁଟି କଲେକ୍ଟର ଶ୍ରୀମତୀ ଅରୁଣିମା ସାହୁ, ତହସିଲଦାର ଚମ୍ପୁଆ ଶ୍ରୀ ସତ୍ୟବ୍ରତ ସାହୁ ଓ ତହସିଲଦାର ବଡ଼ବିଲ ରାକେଶ କୁମାର ପଣ୍ଡା ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ