ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମିଳିବ ପ୍ରତିଷ୍ଠିତ ସ୍କଚ୍ ଆୱାର୍ଡ; ନୂଆଦିଲ୍ଲୀଠାରେ ହେବେ ସମ୍ମାନିତ

ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମିଳିବ ପ୍ରତିଷ୍ଠିତ ସ୍କଚ୍ ଆୱାର୍ଡ; ନୂଆଦିଲ୍ଲୀଠାରେ ହେବେ ସମ୍ମାନିତ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୦୮/୦୯/୨୬
ପ୍ରଶାସନିକ ଦକ୍ଷତା ଏବଂ ଜନକଲ୍ୟାଣକାରୀ ଅଭିନବ ପ୍ରୟାସ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ବଡ଼ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯିବ। ସ୍କଚ୍ ଗ୍ରୁପ୍ ପକ୍ଷରୁ କରାଯାଇଥିବା ସମସ୍ତ ଜଟିଳ ଓ ବହୁସ୍ତରୀୟ ମୂଲ୍ୟାୟନ ପ୍ରକ୍ରିୟାରେ ସଫଳ ହେବା ପରେ, ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ଏହି ପୁରସ୍କାର ସମ୍ପର୍କରେ ଆଧିକାରିକ ଭାବେ ଅବଗତ କରାଯାଇଛି। ଆସନ୍ତା ୨୦୨୬ ସେପ୍ଟେମ୍ବର ୨୬ ଅର୍ଥାତ୍ ଶନିବାର ଦିନ ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା ୧୧୦ତମ ସ୍କଚ୍ ସମିଟ୍‌ରେ ଜିଲ୍ଲା ପ୍ରଶାସନକୁ ଆନୁଷ୍ଠାନିକ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।

ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମିଳିବ ପ୍ରତିଷ୍ଠିତ ସ୍କଚ୍ ଆୱାର୍ଡ; ନୂଆଦିଲ୍ଲୀଠାରେ ହେବେ ସମ୍ମାନିତ – ସମୀକ୍ଷା

ଏହି ଗୌରବମୟ ସଫଳତା ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଏହି ଜାତୀୟ ସ୍ୱୀକୃତି ମାଲକାନଗିରିର ସମଗ୍ର କ୍ଷେତ୍ରସ୍ତରୀୟ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଯୁବପିଢ଼ିଙ୍କ ସକ୍ରିୟ ସହଭାଗିତା ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ମାର୍ଗଦର୍ଶନର ପରିଣାମ ଅଟେ। ଏହି ପ୍ରୟାସ ଜିଲ୍ଲାର ଯୁବ ସମାଜକୁ ସଶକ୍ତ କରିବା ସହ ସେମାନଙ୍କୁ ପ୍ରଗତି ପଥରେ ଆଗେଇ ନେବାରେ ସହାୟକ ହୋଇଛି। ଏହି ପୁରସ୍କାର ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ସେବା ଓ ବିକାଶମୂଳକ କାର୍ଯ୍ୟକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆମକୁ ପ୍ରେରଣା ଯୋଗାଇବ।ଏହି ଅଦ୍ଭୁତପୂର୍ବ ସଫଳତା ପରେ ସମଗ୍ର ଜିଲ୍ଲାରେ ଏକ ଖୁସିର ଲହରୀ ଖେଳିଯାଇଛି। ଏକ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା, ପ୍ରେରଣାଦାୟୀ ନେତୃତ୍ୱ ଏବଂ ଜିଲ୍ଲାପାଳଙ୍କ ନିରନ୍ତର ମାର୍ଗଦର୍ଶନ ସହ ସମଗ୍ର ମାଲକାନଗିରି ଟିମ୍‌ର ଉତ୍ସର୍ଗୀକୃତ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ବଡ଼ ସଫଳତା ସମ୍ଭବ ହୋଇପାରିଛି ବୋଲି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏହି ଅଭିନବ ପ୍ରୟାସ, ସଫଳ ଯୋଜନା ଓ ଦୃଢ଼ ନେତୃତ୍ୱ ପାଇଁ ସମସ୍ତେ ଜିଲ୍ଲାପାଳଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଟିମ୍ ମାଲକାନଗିରିର ଏହି ଦୂରଦୃୃଷ୍ଟି, ନେତୃତ୍ୱ, ସହଭାଗିତା ଏବଂ ଶ୍ରେଷ୍ଠତାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମିଳିବ ପ୍ରତିଷ୍ଠିତ ସ୍କଚ୍ ଆୱାର୍ଡ; ନୂଆଦିଲ୍ଲୀଠାରେ ହେବେ ସମ୍ମାନିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବସୁନ୍ଧରା ଯୋଜନାରେ ବାସହୀନଙ୍କୁ ଜମି ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ