ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପାଟଣା:ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର

ପାଟଣା:ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର – ସମୀକ୍ଷା ଖବର


ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୮/୯,ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀ ଓ ରେଡ ରିବନ କ୍ଲବ ସହଯୋଗରେ ତଥା କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାର , ରାଜ୍ୟ ରକ୍ତଦାତା ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖା ଓ ଏଚଡିଏଫ୍ସି ବ୍ୟାଙ୍କ ଆନ୍ଦପୁରର ପ୍ରୋତ୍ସାହନରେ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୭୩ ଜଣ ରକ୍ତଦାତା ରକ୍ତଦାନ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରକୁ ଯୋଗାଇ ଦେଇ ଅସହାୟ ରୋଗୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଛନ୍ତି। ଉକ୍ତ ଶିବିରକୁ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀର ମାର୍ଗ ଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତି, ସହକର୍ମୀ ସନ୍ଦୀପ କୁମାର ମହାନ୍ତ ପରିଚାଳନା କରିଥଲେ। ଏଥିରେ ପୁରାତନ ଛାତ୍ର ଛାତ୍ରୀ, ଯୁବ ରେଡକ୍ରସ୍ ର ସ୍ବେଚ୍ଛାସେବୀ ତଥା ସ୍ଥାନୀୟ ଅଞ୍ଚଳର ଜନ ସଧାରଣ ସହଯୋଗ କରିବା ସହ ଶିବିରକୁ ସଫଳ କରାଇ ଥିଲେ। ଆଜି ଏକ ବିଶେଷ ମୂହୁର୍ତ୍ତ ତଥା ସନ୍ଦୀପ କୁମାର ମହାନ୍ତଙ୍କ ଜନ୍ମ ଦିନ ଉପଲକ୍ଷେ ସେ ସମସ୍ତ ରକ୍ତଦାତାଙ୍କୁ ଖାଦ୍ୟ ପେୟ ଦେଇ ଆପ୍ୟାୟିତ କରିଥଲେ।

ପାଟଣା:ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝରରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ବ୍ୟାପକ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜୀବନରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ