ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା

ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା – ସମୀକ୍ଷା ଖବର

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ :

ସାଲେପୁର, ୭।୯ (ନି ପ୍ର): ସାଲେପୁର ଅଞ୍ଚଳର ଏକମାତ୍ର ବୈଷୟିକ ଶିକ୍ଷା ଅନୁଷ୍ଠାନ “ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜି’ (ଆଇପିଟି) କୁ ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ (ୟୁଜିସି) ସ୍ବତନ୍ତ୍ର ବର୍ଗରେ ସଫ ସ୍ବୟଂଶାସିତ 1 ଅନୁଷ୍ଠାନ (ଅ (ଅଟୋନୋମସ ମସ ଷ୍ଟାଟସ) ଷ୍ଟାଟ ଭା ଭାବେ ଓଡ଼ିଶା ୟୁନିଭରସିଟି ଅପ୍ ହେଲ୍‌ଥ ସାଇନ୍ସ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ମାନ୍ୟତା ଦ୍ବାରା ଆଗାମୀ ଭବିଷ୍ୟତରେ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ସୁଗମ ହେବା ସହିତ ସମାଜର ମୌଳିକ ଆବଶ୍ୟକ‌ତା ପୂରଣ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି | ଅନୁଷ୍ଠାନର ଅନୁକୂଳ ଶୈକ୍ଷିକ ବାତାବରଣରେ ଫାର୍ମାସୀର ଗୁଣାତ୍ମକ ଶିକ୍ଷା ସହ ଶିଳ୍ପ ବିଜ୍ଞାନ ଗବେଷଣା ଏବଂ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସକ୍ରିୟ ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବା ପାଇଁ ଶିକ୍ଷାବିତ୍ ମହଲରେ ଖସିର ଲହରୀ ଖେଳିଯାଇଛି।

ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା – ସମୀକ୍ଷା

ଏହା ସହିତ ଏହି ଶିକ୍ଷାନୁଷ୍ଠାନକୁ ନିଜସ୍ବ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ପରିଚାଳନା କରିବା ନିମନ୍ତେ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଏହି ସଫଳତା ସମ୍ପର୍କରେ ପ୍ରକାଶ କରି ସାଲେପୁର ଫାର୍ମାସୀ କଲେଜର ଅଧ୍ୟକ୍ଷ ଡ. ସୁଧା ସୁଧାଂଶୁ ରଞ୍ଜନ ସ୍ବାଇଁ ଓ ପ୍ରଫେସର ପ୍ରବୀର କୁମାର ସିହ୍ନା ସୂଚନା ଦେଇଛନ୍ତି ଯେ, ୧୯୮ ୧୯୮୨- ୮୩ ଶିକ୍ଷାବର୍ଷରୁ ମାତ୍ର ୫ ଜଣ ପାର୍ଟ ଟାଇମ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କଲେଜ ଆଜି ସ୍ବୟଂ ଶାସିତ ମାନ୍ୟତା ପାଇବାରେ ସମଗ୍ର ଓଡ଼ିଶାରେ ପ୍ରଥମ ଓ ଫାର୍ମାସୀ ଶିକ୍ଷାକ୍ଷେତ୍ରରେ ଏକ ଦୃଷ୍ଟାନ୍ତମୂଳକ ମାଇଲଖୁଣ୍ଟ ସ୍ଥାପନ କରିଛି । ନାକ୍ ଟିମ୍‌ର ଯାଞ୍ଚ ଓ ମୂଲ୍ୟାୟନ ପରେ ଏହି ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଓଡ଼ିଶା ୟୁନିଭରସିଟି ଅଫ୍ DESTITUTE OF PHARMALVA TECHROCSOV

ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା – ସମୀକ୍ଷା

ହେଲ୍‌ଥ ସାଇନ୍ସର କୁଳପତି, ଅଧୂକାରୀ ଓ ଜିପିଏଟିର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି I ସାଲେପୁର ଫାର୍ମାସୀ କଲେଜର ଏହି ଐତିହାସିକ ସଫଳତା ପାଇଁ ପରିଚାଳନା କମିଟିର ସମ୍ପାଦକ, ସଭାପତି, ସଦସ୍ୟ, ଅଧ୍ୟାପକ-ଅଧ୍ୟାପିକା , କର୍ମଚାରୀ, ସମସ୍ତ ବର୍ତ୍ତମାନ୍ ଓ ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ହିତେଶି ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଅଛି।

ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି: ବିଚାରାଧୀନ କଏଦୀଙ୍କ ମୃତ୍ୟୁ,ମେଡିକାଲ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା