ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର

ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର – ସମୀକ୍ଷା ଖବର


ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/ ତା 16/9/26(ନି ପ୍ର )
ଭଦ୍ରକ ଜିଲ୍ଲା ଅସୁରାଳି ପଞ୍ଚାୟତ ଉଚ୍ଚପଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୪୫ ଗ୍ରାମ ହେରୋଇନ୍‌ ଜବତ କରାଯାଇଛି। ଜବତ ହେରୋଇନ୍‌ର ଅନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।
ଗୁପ୍ତ ସୂଚନା ଆଧାରରେ ଭଦ୍ରକ ଅବକାରୀ ମୋବାଇଲ୍‌ ଟିମ୍‌ ଉଚ୍ଚପଡ଼ା ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ OD-22-Y-4119 ନମ୍ବର ବିଶିଷ୍ଟ ଏକ ସ୍କୁଟିର ଡିକିରୁ ୧୪୫ ଗ୍ରାମ ହେରୋଇନ୍‌ ଜବତ ହୋଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ତନ୍ମୟ ବାଇ (୩୩) ଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ତାଙ୍କ ଘର ଧାମନଗର ଥାନା ଅଧୀନ ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର – ସମୀକ୍ଷା


ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସୁଚରିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ଟିମ୍‌ରେ ଇନ୍ସପେକ୍ଟର ରାଜକିଶୋର ଜେନା, ସବ୍‌ଇନ୍ସପେକ୍ଟର ନଟବର ମହାଳିକଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।
ଏନେଇ ଅବକାରୀ ବିଭାଗ ପକ୍ଷରୁ କେସ୍‌ ନମ୍ବର ୨୭୯/୨୬ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୁଡୁମୀଙ୍କ ପାରମ୍ପରିକ ବଡ଼ପୂଜା ‘କରମ ପୂଜା’