ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମୋଦୀଜୀଙ୍କ ୭୬ତମ ଜନ୍ମଦିନରେ ଖୁଡୁତେନ୍ତୁଲିରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମୁହିକ ଦୀପଦାନ

ମୋଦୀଜୀଙ୍କ ୭୬ତମ ଜନ୍ମଦିନରେ ଖୁଡୁତେନ୍ତୁଲିରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମୁହିକ ଦୀପଦାନ – ସମୀକ୍ଷା ଖବର

ଅଚ୍ୟୁତ ଯାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ କନ୍ଧମାଳ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଚକାପାଦ ବ୍ଲକ ଅନ୍ତର୍ଗତ ଖୁଡୁତେନ୍ତୁଲିସ୍ଥିତ ଶ୍ରୀ ଶ୍ରୀ ବରଡା ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଆଦିତ୍ୟ କୁମାର କହଁରଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ ଅଞ୍ଚଳବାସୀ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ।

ମୋଦୀଜୀଙ୍କ ୭୬ତମ ଜନ୍ମଦିନରେ ଖୁଡୁତେନ୍ତୁଲିରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମୁହିକ ଦୀପଦାନ – ସମୀକ୍ଷା


କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦିକା ପ୍ରତିମା ସାହୁ, ଉପସଭାପତି ଜଳନ୍ଧର କହଁର, ପୂର୍ବତନ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କାହ୍ନୁ ପୃଷ୍ଟି, ଚକାପାଦ ପୂର୍ବତନ ମଣ୍ଡଳ ସଭାପତି ସରୋଜ କୁମାର ସାହୁ, ମଣ୍ଡଳ ମୋର୍ଚ୍ଚା ସଭାପତି କେଶବ ମଲ୍ଲିକଙ୍କ ସମେତ ଆଲିପ ବେହେରା, ରାଜୁ ପ୍ରଧାନ, ସୁକାନ୍ତ ଦାସ ଓ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ।
ଏଥିସହ ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ମା’, ବାପା, ଭାଇ ଓ ଭଉଣୀ ଯୋଗଦେଇ ସାମୂହିକ ଦୀପଦାନ କରିବା ସହ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

ମୋଦୀଜୀଙ୍କ ୭୬ତମ ଜନ୍ମଦିନରେ ଖୁଡୁତେନ୍ତୁଲିରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମୁହିକ ଦୀପଦାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଫୁଲବାଣୀରେ ‘ସେବା ସଂକଳ୍ପ ପର୍ବ’ର ଶୁଭାରମ୍ଭଜଗନ୍ନାଥ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ, ମାସବ୍ୟାପୀ ଚାଲିବ ୨୫ଟି ସେବାମୂଳକ କାର୍ଯ୍ୟକ୍ରମ