ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ

‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’ ଅବସରରେ ଆଜି ପାରାଦ୍ୱୀପ ବେଳାଭୂମିରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ବେଳାଭୂମିକୁ ପ୍ରଦୂଷଣମୁକ୍ତ ଏବଂ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଆହ୍ୱାନ ଦେଲି l ପ୍ରକୃତି ଆମକୁ ବିଶାଳ ସମୁଦ୍ର ଓ ସ୍ୱର୍ଣ୍ଣାଭ ବେଳାଭୂମି ଭଳି ଅମୂଲ୍ୟ ସମ୍ପଦ ଦେଇଛି l ଏହା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ବରଂ ଆମ ଓଡ଼ିଆ ଜାତିର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଶ୍ରେଷ୍ଠ ଇତିହାସ, ଅସଂଖ୍ୟ ସାମୁଦ୍ରିକ ଜୀବଜନ୍ତୁଙ୍କ ଆବାସସ୍ଥଳୀ ଏବଂ ଜଳବାୟୁ ସନ୍ତୁଳନ, ଜୀବିକା, ପର୍ଯ୍ୟଟନ ଏବଂ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର l ତେଣୁ, ସମୁଦ୍ର ଉପକୂଳକୁ ସ୍ୱଚ୍ଛ, ସୁନ୍ଦର ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ l

‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ – ସମୀକ୍ଷା

ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ଆମକୁ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ ପଡ଼ିବ l ସମୁଦ୍ରକୂଳକୁ ବୁଲିବାକୁ ଆସିବା ବେଳେ କୌଣସି ପ୍ରକାର ଆବର୍ଜନାକୁ ବାଲିରେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ଡଷ୍ଟବିନ୍‌ରେ ପକାଇବା ଭଳି ଉତ୍ତମ ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ଆପଣାଇବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ହେବ l ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଆମକୁ Reduce, Reuse ଓ Recycle (RRR) ନୀତି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ l

‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ଦୀର୍ଘାୟୁ କାମନା କରି ଦୁର୍ଗା ମଣ୍ଡପ ରେ ଦିପ ଦାନ