ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଆଦିବାସୀ ବହୁଳ ଅଞ୍ଚଳରେ ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର!ହାତରେ ଠେଙ୍ଗା, ମୁହଁରେ ନାରା—‘ବନ୍ଦ ହେଉ ମଦ ଭାଟି’କୋରାପୁଟରେ ମଦ ବିରୋଧୀ ମହିଳାଙ୍କ ମହାରାଲିଅବକାରୀ ବିଭାଗ ଓ ଥାନାରେ ଦେଲେ ଅଭିଯୋଗ; ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ

ଆଦିବାସୀ ବହୁଳ ଅଞ୍ଚଳରେ ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର!ହାତରେ ଠେଙ୍ଗା, ମୁହଁରେ ନାରା—‘ବନ୍ଦ ହେଉ ମଦ ଭାଟି’କୋରାପୁଟରେ ମଦ ବିରୋଧୀ ମହିଳାଙ୍କ ମହାରାଲିଅବକାରୀ ବିଭାଗ ଓ ଥାନାରେ ଦେଲେ ଅଭିଯୋଗ; ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ


କୋରାପୁଟ, ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସାନପରିଆ ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଶହ ଶହ ମହିଳା ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି। ହାତରେ ଠେଙ୍ଗା ଧରି ମହିଳାମାନେ “ଗାଁ ଗାଁରେ ଉଠିବ ଲାଠି, ଯଦି ବନ୍ଦ ନହେବ ମଦ ଭାଟି” ନାରା ଦେଇ ବୋରିଗୁମ୍ମା ଡାକବଙ୍ଗଳାରୁ ଏକ ବିଶାଳ ରାଲିରେ ବାହାରିଥିଲେ।
ମଦ୍ୟପାନ ଯୋଗୁଁ ଯୁବକମାନଙ୍କ ମଧ୍ୟରେ ନିଶାସକ୍ତି ବଢ଼ିବା ସହ ଦୁର୍ଘଟଣା, ପାରିବାରିକ ବିଶୃଙ୍ଖଳା ଓ ସାମାଜିକ ସମସ୍ୟା ବଢ଼ୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ। କଲେଜ ଛାତ୍ରଙ୍କ ମଧ୍ୟରେ ମଧ୍ୟ ମଦ୍ୟପାନ ବଢ଼ୁଥିବା ନେଇ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି।

ଆଦିବାସୀ ବହୁଳ ଅଞ୍ଚଳରେ ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର!ହାତରେ ଠେଙ୍ଗା, ମୁହଁରେ ନାରା—‘ବନ୍ଦ ହେଉ ମଦ ଭାଟି’କୋରାପୁଟରେ ମଦ ବିରୋଧୀ ମହିଳାଙ୍କ ମହାରାଲିଅବକାରୀ ବିଭାଗ ଓ ଥାନାରେ ଦେଲେ ଅଭିଯୋଗ; ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ – ସମୀକ୍ଷା


ରାଲି ପରେ ମହିଳାମାନେ ବୋରିଗୁମ୍ମା ଅବକାରୀ ବିଭାଗ ଓ ଥାନାରେ ଲିଖିତ ଅଭିଯୋଗ ଦେଇ ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ମଦ ବିକ୍ରି ବନ୍ଦ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରି ରାଜରାସ୍ତାକୁ ଓହ୍ଲାଇବା ଏବଂ ମଦ ଭାଟି ବିରୋଧରେ ପଦକ୍ଷେପ ନେବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।
ଏହି ଆନ୍ଦୋଳନରେ ପିସିସି ସମ୍ପାଦକ ଅନାମ ଦିଆନଙ୍କ ସମେତ ସାନପରିଆ ପଞ୍ଚାୟତର ବହୁ ପୁରୁଷ ସହଯୋଗ କରିଥିଲେ।

ଆଦିବାସୀ ବହୁଳ ଅଞ୍ଚଳରେ ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର!ହାତରେ ଠେଙ୍ଗା, ମୁହଁରେ ନାରା—‘ବନ୍ଦ ହେଉ ମଦ ଭାଟି’କୋରାପୁଟରେ ମଦ ବିରୋଧୀ ମହିଳାଙ୍କ ମହାରାଲିଅବକାରୀ ବିଭାଗ ଓ ଥାନାରେ ଦେଲେ ଅଭିଯୋଗ; ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଲରାପତରିଆ ଛାଲ ଚାଲାଣ ଯୋଜନା ପଣ୍ଡ: ଜଣେ ଗିରଫ୨ଟି କଲରାପତରିଆ ଛାଲ ଜବତ, ଚାଲାଣ ଚେର ଖୋଜୁଛି ବନ ବିଭାଗ