ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ରାଜ୍ୟ ଷ୍ଟାମ୍ପ ଭେଣ୍ଡର ବ୍ୟବସ୍ଥାର ସଂସ୍କାର କିମ୍ଵା ଉଛେଦ ପାଇଁ ଜନମତ

ମହେଶ୍ବର ଦିଗାଳ/ ବାଲିଗୁଡା ସବଡ଼ିଭିଜନାଲ ସାମ୍ବାଦିକ/ ସମୀକ୍ଷା ନିଯୁଜ : ରାଜ୍ୟ ଜମି ରେଜିଷ୍ଟେସନ ପ୍ରକ୍ରିୟାକୁ ଅଧୂକ ସ୍ବଛ,ସରଳ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଅନେକ ସଚେତନ ନାଗରିକ, ସାମାଜିକ କର୍ମୀ ଷ୍ଟାମ୍ଫ ଭେଣ୍ଡର ବ୍ୟବସ୍ଥାର ର ସଂସ୍କାର କିମ୍ବା ପ୍ରୟୋଜନ ହେଲେ ଉଛେଦ ପାଇଁ ମତ ପ୍ରକାଶ କରିଛନ୍ତି,ସେମାନଙ୍କ ମତରେ ଯଦି ସମସ୍ତ ଷ୍ଟାମ୍ଫ ବିକ୍ରି ଓ ରେଜିଷ୍ଟେସନ ଶୁକ୍ଳ ଷ୍ଟାମ୍ଫ ଭେଣ୍ଡର ମାଧ୍ୟମ ନ ହୋଇ ଅନଲାଇନ ମାଧ୍ୟମରେ ଆଦାୟ କରାଯାଏ ତେବେ ମଧ୍ଯସ୍ଥତା ଓ ଦୁର୍ନୀତି କମିବ ଏବଂ ସାଧାରଣ ଭାବେ ସିଧାସଳଖ ସରକାରୀ ସେବା ପାଇପାରିବେ! ସେଥି ପ୍ରତି ସମସ୍ତ ପ୍ରକ୍ରିୟା ସରକାରୀ ଡିଜିଟାଲ ପ୍ରକ୍ରିୟା କରିବା, ସରକାରୀ ଶୁକ୍ଳ ତାଲିକାକୁ ସର୍ବସାଧାରଣରେ ପ୍ରଦର୍ଶନ କରିବା ଏବଂ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମଧ୍ଯ ଦାବି କରାଯାଇଛି । ଏହା ଦ୍ବାରା ରାଜ୍ୟ ଜମି ରେଜିଷ୍ଟେସନ ସ୍ଵଛ ହେବ ଏବଂ ଲୋକମାନେ ସିଧାସଳଖ ସରକାରୀ ପୋର୍ଟାଲ ମାଧ୍ଯମରେ ଷ୍ଟାମ୍ଫ କ୍ରୟ କରି ନିଜର ଜମିଜମା ଏବଂ ଅନ୍ୟାନ୍ୟ କାଗଜପତ୍ର ସହଜରେ କରିପାରିବେ, ଏହାର ସଂସ୍କାର ସରକାର ଆଣିବା ଆବଶ୍ୟକ ବୋଲି ବହୁମାତ୍ରାରେ ଜନମତରେ ପ୍ରକାଶ ପାଉଛି!

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ; ଉଚ୍ଚସ୍ତରୀୟ ବୈଠକରେ କଲେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା