ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି :
ପିପିଲି,ତା ୨୩।୯ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ର ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ ମଙ୍ଗଳବାର ଦିନ ତେଇଶିପୁର ନିକଟସ୍ଥ ରାଞ୍ଚ ହୋଟେଲରେ ପାଳନ କରାଯାଇଛି ।ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସ୍ୱେଚ୍ଛାକୃତ ୧୨୮ଜଣ ରକ୍ତଦାନ କରିଥିଲେ । ଶୁଭ ଜନ୍ମଦିନ ଉପଲକ୍ଷେ ଡେଲାଙ୍ଗ ପିପିଲି ବ୍ଲକ ର ୧୧୧ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ବିଧାୟକ ମାନପତ୍ର ସହିତ ପୁରସ୍କାର ବିତରଣ କରିଥିଲେ।

ଜନ୍ମଦିନ ଅବସରରେ ବିଧାୟକ ଙ୍କୁ ପିପିଲି ବିଡିଓ ସରୋଜ କୁମାର ରାଉତ, ଡେଲାଙ୍ଗ ବିଡ଼ିଓ ସମୀର କୁମାର ବେହେରା, ପିପିଲି ଏସ୍ଡ଼ିପିଓ ଦେବାଶିଷ ମିଶ୍ର, ପିପିଲି ଥାନା ଅଧିକାରୀ ସୋମ୍ୟନ୍ଦୁ ଶେଖର ତ୍ରିପାଠୀ, ଡେଲାଙ୍ଗ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବ୍ଲକ ଶିକ୍ଷାଧିକାରୀ ପୀତବାସ ସେଠୀ, ସହ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ,ବିଜେପି ଦଳର କାର୍ଯ୍ୟକର୍ତ୍ତା, ବିଭିନ୍ନ ବିଭାଗ ର ସରକାରୀ କର୍ମଚାରି, ସ୍ଥାନୀୟ ଜନସାଧାରଣ ମାନେ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ରକ୍ତଦାନ ଶିବିର ରେ ଭୁବନେଶ୍ବରର ବିଏମସି ହସ୍ପିଟାଲ ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା I






