ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଶହୀଦ ଦିବସ ରେ ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି

ଶହୀଦ ଦିବସ ରେ ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି – ସମୀକ୍ଷା ଖବର

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ:
୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନ ସମୟରେ ସଂଘଟିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ୮୪ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଧାମନଗର ବ୍ଲକର ସହିଦନଗରଠାରେ ଶହୀଦ ସ୍ମୃତି ଦିବସ ଶ୍ରଦ୍ଧା ଓ ଗମ୍ଭୀର ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ଲୁଣିଆର ରକ୍ତରଞ୍ଜିତ ମାଟିରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ନବରତ୍ନ ଶହୀଦଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଶହୀଦ ସ୍ମୃତିରକ୍ଷା ସମିତି ପକ୍ଷରୁ ସକାଳେ ପ୍ରଭାତଫେରି ଆୟୋଜିତ ହୋଇଥିଲା। ପରେ ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ଶତାଧିକ ଶ୍ରଦ୍ଧାଳୁଙ୍କ ସହ କବି ପୋଖରୀଠାରେ ନବରତ୍ନ ଶହୀଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିଥିଲେ। ପୁଲିସ ବିଭାଗ ପକ୍ଷରୁ ଶହୀଦଙ୍କ ସମ୍ମାନାର୍ଥେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା।

ଶହୀଦ ଦିବସ ରେ ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି – ସମୀକ୍ଷା


ଏହି ଅବସରରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାୟତ୍ରୀ ପ୍ରଧାନ, ତହସିଲଦାର ଜ୍ଞାନରଞ୍ଜନ ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ଏସ୍‌ଡିପିଓ ବିଷ୍ଣୁଚରଣ ବାରିକ, ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ, ଉପଦେଷ୍ଟା ରଘୁନାଥ ଲେଙ୍କା, ସ୍ମୃତିରକ୍ଷା ସମିତିର ଉପସଭାପତି ବୈକୁଣ୍ଠ ସାହୁ, ସଞ୍ଜୀବ ବେହେରା, ସାଧାରଣ ସମ୍ପାଦକ ଗୟାଧର ନାୟକ, ସାଧାରଣ ସମ୍ପାଦିକା ପ୍ରିୟତମା ପାଣିଗ୍ରାହୀ, ସରପଞ୍ଚ ଅନୁସୂୟା ସାହୁ, ତୁଷାର ମିଶ୍ର, ରଞ୍ଜିତ ଲେଙ୍କା, ସତ୍ୟନାରାୟଣ ପଣ୍ଡା, ମାନସ ଯେନା ପ୍ରମୁଖ ଉପସ୍ଥିତ ଥିଲେ।

ଶହୀଦ ଦିବସ ରେ ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି – ସମୀକ୍ଷା


ବିଜେଡି ପକ୍ଷରୁ ଅଶୋକ ନାୟକ, ପ୍ରଦୀପ ମଲ୍ଲିକ, ଶାରଦା ପ୍ରସନ୍ନ ସାହୁ, ବିଦ୍ୟୁତଲତା ନାୟକ, ନିରଞ୍ଜନ ସେନାପତି, ଭାରତ ବିଜୟ ଦଳାଇ ସନ୍ଦୀପ ଶଙ୍କର ସ୍ୱାଇଁ ପ୍ରମୁଖ ଏବଂ କଂଗ୍ରେସ ପକ୍ଷରୁ ପ୍ରାକ୍ତନ ସାଂସଦ ଇଂ. ମୁରଲୀଧର ଜେନା, ଜିଲ୍ଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ଅରବିନ୍ଦ ନାୟକ, ଅଭିଷେକ ରାଉତ, ଅଜୟ ମହାନ୍ତି, ଶ୍ରୀକାନ୍ତ ନାୟକ, ସୁରେଶ ମହାନ୍ତି ପ୍ରମୁଖ ଶହୀଦ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସେହିପରି ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ଶହୀଦ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସିପିଆଇ(ଏମ୍‌) ପକ୍ଷରୁ ରମେଶ ସାହୁ, ନିଶାକର ସୂତାର, ଜୟୀରାମ ମିଶ୍ର, ହେମନ୍ତ ଜେନା, ଦିଲ୍ଲୀପ ସିଂ, ଗୋଲେକ ଯେନା, ବାଇଧର ଦଳେଇ, କାର୍ତ୍ତିକ ସାହୁ ପ୍ରମୁଖ ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଶହୀଦ ସ୍ମୃତିରକ୍ଷା ସମିତି ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।

ଶହୀଦ ଦିବସ ରେ ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି:ମାସିକ ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ, କୃତୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ