ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ / ସମୀକ୍ଷା ନ୍ୟୁଜ:
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର କେନାଲ୍ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ପ୍ରାପ୍ତ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରୁ ଯୁବକ ଜଣକ ନିଖୋଜ ଥିଲେ। ପରିବାରବର୍ଗ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଆଜି ସକାଳେ ସନ୍ଦେହ ହେବାରୁ କେନାଲର ଜଳପ୍ରବାହ ବନ୍ଦ କରାଯାଇ ଖୋଜାଖୋଜି କରାଯାଇଥିଲା। ଫଳରେ କେନାଲ୍ ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବକ ଜଣକ ଜଡ଼ିଦା ପୁହାଣ ସାହି ଗ୍ରାମର ସର୍ବେଶ୍ୱର ପୁହାଣ ବୋଲି ପରିଚୟ ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ କପ୍ତିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।






