ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ

ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ:

ଉତ୍କୃଷ୍ଟ ପରିବେଶ-ସୁରକ୍ଷିତ ପୂଜା କମିଟିଗୁଡ଼ିକୁ କରାଯିବ ସମ୍ବର୍ଦ୍ଧିତ

୧୭ତମ ଜିଲ୍ଲାସ୍ତରୀୟ ପରିବେଶଗତ ତଦାରଖ କମିଟି ବୈଠକରେ ନିଷ୍ପତ୍ତି

ଆଗାମୀ ପର୍ବପର୍ବାଣୀକୁ ପରିବେଶ-ଅନୁକୂଳ ଓ ପ୍ରଦୂଷଣମୁକ୍ତ ଉପାୟରେ ପାଳନ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (SPCB), ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ପୂଜା କମିଟିକୁ ନିବେଦନ କରାଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୭ତମ ଜିଲ୍ଲାସ୍ତରୀୟ ପରିବେଶଗତ ତଦାରଖ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ – ସମୀକ୍ଷା


ସାଂସ୍କୃତିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ପର୍ବପର୍ବାଣୀର ଦାୟିତ୍ୱପୂର୍ଣ୍ଣ ଓ ସ୍ଥାୟୀ ପାଳନକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ, ପରିବେଶ ପ୍ରତି ଦାୟିତ୍ୱବାନ ହୋଇ ପ୍ରଦୂଷଣ ମୁକ୍ତ ପୂଜା ପଦ୍ଧତି ଆପଣାଉଥିବା ଉତ୍କୃଷ୍ଟ ପ୍ରଦର୍ଶନକାରୀ ପୂଜା କମିଟିଗୁଡ଼ିକୁ ଜିଲ୍ଲା ପ୍ରଶାସନ ଓ SPCB ପକ୍ଷରୁ ମିଳିତ ଭାବେ ସମ୍ବର୍ଦ୍ଧିତ କରାଯିବ। ପ୍ରାକୃତିକ ମାଟି ଓ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ନିର୍ମାଣ, ପ୍ଲାଷ୍ଟିକ୍ ଓ ଥର୍ମୋକଲ୍ ବର୍ଜନ କରି ପରିବେଶ-ଅନୁକୂଳ ସାଜସଜ୍ଜା, ଡାକବାଜି ଯନ୍ତ୍ରର ନିୟନ୍ତ୍ରିତ ବ୍ୟବହାର ଏବଂ ପରିବେଶ-ସୁରକ୍ଷିତ ମୂର୍ତ୍ତି ବିସର୍ଜନ ପ୍ରକ୍ରିୟା ଆପଣାଇବା ଉପରେ ଆଧାର କରି ଏହି ଚୟନ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ SPCB ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (Addl. SP), ଆଞ୍ଚଳିକ ପରିବହନ ଅଧିକାରୀ (RTO), ସହକାରୀ ବନ ସଂରକ୍ଷକ (ACF), ଖଣି ବିଭାଗ, ବରଗଡ଼ ପୌରପାଳିକା ଏବଂ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦିବ୍ୟାଙ୍ଗ ଭତ୍ତାକୁ ନେଇ ଅନିୟମିତତା ଅଭିଯୋଗମଞ୍ଜୁର ₹୩୫୦୦, ମିଳୁଛି ₹୧୨୦୦; ବଳକା ଟଙ୍କା ଗଲା କୁଆଡ଼େ