ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:
ପାରାଦୀପ, ଚଳିତ ବର୍ଷ ଅନୁଷ୍ଠିତ ବିଶ୍ୱକର୍ମା ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ଓ ସଂଗଠନ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ସାଜସଜ୍ଜାକୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର ଫଳାଫଳ ଘୋଷଣା ହୋଇଛି।ପୂଜା ଅବସରରେ ଆଉଟଡୋର ଡେକୋରେସନ୍, ଇଣ୍ଟରନାଲ୍ ଡେକୋରେସନ୍, ଲାଇଟ୍ ଡେକୋରେସନ୍ ଏବଂ ଡିସିପ୍ଲିନ୍ ଆଲଙ୍ଗ୍ ୱିଥ୍ ସୋସିଆଲ୍ ମେସେଜ୍ ଆଦି ବିଭାଗରେ ପ୍ରତିଯୋଗିତା ହୋଇଥିଲା।ଆଉଟଡୋର ଡେକୋରେସନ୍ ବିଭାଗରେ ଓଡ଼ିଶା ମେରାଇନ୍ ଫିସ୍ ପ୍ରୋଡ୍ୟୁସର୍ସ ଆସୋସିଏସନ୍ ପ୍ରଥମ, ଜଗନ୍ନାଥ ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ତୃତୀୟ ସ୍ଥାନ ହାସଲ କରିଛି। ଇଣ୍ଟରନାଲ୍ ଡେକୋରେସନ୍ରେ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ପ୍ରଥମ, ଜଗନ୍ନାଥ ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ଓଡ଼ିଶା ମେରାଇନ୍ ଫିସ୍ ପ୍ରୋଡ୍ୟୁସର୍ସ ଆସୋସିଏସନ୍ ତୃତୀୟ ହୋଇଛି। ସେହିପରି ଲାଇଟ୍ ଡେକୋରେସନ୍ ବିଭାଗରେ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ପ୍ରଥମ, ଓଡ଼ିଶା ମେରାଇନ୍ ଫିସ୍ ପ୍ରୋଡ୍ୟୁସର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ଭାରତୀୟ ବନ୍ଦର ମଜଦୁର ସଂଘ ତୃତୀୟ ସ୍ଥାନ ଅଧିକାର କରିଛି।

ଡିସିପ୍ଲିନ୍ ଆଲଙ୍ଗ୍ ୱିଥ୍ ସୋସିଆଲ୍ ମେସେଜ୍ ବିଭାଗରେ ଓଡ଼ିଶା ମେରାଇନ୍ ଫିସ୍ ପ୍ରୋଡ୍ୟୁସର୍ସ ଆସୋସିଏସନ୍ ପ୍ରଥମ, ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ଭାରତୀୟ ବନ୍ଦର ମଜଦୁର ସଂଘ ତୃତୀୟ ସ୍ଥାନ ହାସଲ କରିଛି।
ଏଥିସହିତ ପାରାଦୀପ ଜେସିସି ଆଣ୍ଡ ଗ୍ୟାସ୍ ଟ୍ୟାଙ୍କର୍ ଓନର୍ସ ଆସୋସିଏସନ୍, ମିଳିତ ଟ୍ରେଲର୍ ଓନର୍ସ ଆସୋସିଏସନ୍, ବାଲାଜୀ କଣ୍ଟେନର୍ କ୍ୟାରିଅର୍ ଓନର୍ସ ଆସୋସିଏସନ୍ର ସ୍ପ୍ରଶାଲ ପ୍ରାଇଜି ପାଇଥିବା ଦେଖା ଯାଉଛି l ଏହି ପୁରସ୍କାର ବିତରଣି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ , ପାରାଦୀପ ବିଧାୟକ ତଥା ଓଡିଶା ସରକାର ଙ୍କ ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଯୋଗ ଦେଇ ଥିବା ବେଳେ ଜଗତସିଂହପୁର ଲୋକ ସଭା ସାଂସଦ ବିଭୂପ୍ରସାଦ ତରାଇ,ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ,ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଅତିଥି ମାନେ ଉପସ୍ଥିତିରେ ବିଶ୍ୱକର୍ମା ପୂଜା ଅବସରରେ ଶ୍ରେଷ୍ଠ ମେଢ଼, ଶ୍ରେଷ୍ଠ ଶିଳ୍ପୀ, ଆକର୍ଷଣୀୟ ତୋରଣ, ଚିତ୍ତାକର୍ଷକ ଆଲୋକସଜ୍ଜା, ଶୃଙ୍ଖଳା ଓ ଉତ୍କୃଷ୍ଟ ସେବା ପାଇଁ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।






