
ଅଭିଳାଷ ମହାନନ୍ଦିଆ/ସମୀକ୍ଷା ନ୍ୟୁଜ/ କଲ୍ୟାସିଂହପୁର/୨୩/୦୯/୨୦୨୬:
କଲ୍ୟାଣସିଂହପୁର ୨୨/୯(ସମିସ)ମହିଳାଙ୍କୁ ତୃଣ ମୂଳ ସ୍ତରରୁ ସ୍ୱଭାଲମ୍ବି କରିବା ପାଇଁ ଦୀର୍ଘ ଦୁଇ ବର୍ଷ ପୂର୍ବେ ବ୍ଲକ ମିଶନ ଶକ୍ତି ଗୃହ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ ସରକାର। ସରକାରଙ୍କ ଠାରୁ ନିର୍ମାଣ ଦାୟିତ୍ୱ ନେଇଥିଲା ଆର ଆଣ୍ଡା ବି ବିଭାଗ। ଟେଣ୍ଡର ମାଧ୍ୟମରେ ନିର୍ମାଣ କାର୍ଯ୍ୟ ଜଣେ ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହି କୋଠା ନିର୍ମାଣ ହେଲେ ବ୍ଲକର ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ଅନ୍ତୁଡ଼ି ଶାଳ। ଏହି ବ୍ଲକର ୧୧ଗୋଟି ମହିଳା ଶକ୍ତି ନେତ୍ରୀମାନେ ଏକାଠି ହୋଇ ସରକାରଙ୍କ ବିଭିନ୍ନ ଯୋଜନା ପ୍ରତି ପରିବାରରେ ପହଁଚିଵା ପାଇଁ ପ୍ରାକ ପ୍ରସ୍ତୁତି କରିବା ସହ ସରକାରୀ ଅଧିକାରୀ ଓ ମହିଳା ମାନଙ୍କ ମଧ୍ୟରେ ଆଲୋଚନା କରିବା। ଏମିତିକି ମହିଳା କେମିତି ସରକାରଙ୍କ ଯୋଜନାକୁ ନେଇ ପ୍ରତି ମହିଳା ଲାଭବାନ ହୋଇ ପାରିବେ ସେଥିନେଇ ତାଲିମ ମଧ୍ୟ ପ୍ରଦାନ କରିବା ପାଇଁ ଏହି ମିଶନ ଶକ୍ତି କୋଠା ନିର୍ମାଣ କରାଯାଇଥିଲା। ଆର ଆଣ୍ଡ ବି ବିଭାଗ ପ୍ରତ୍ୟକ୍ଷ ଦାୟିତରେ ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରଙ୍କୁ ପ୍ରଦାନ କରା ଯାଇଥିଲା।

କିନ୍ତୁ ଫାଉଣ୍ଡେସନ ଆରମ୍ବରୁ ହିଁ ନିମ୍ନମାନର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅତି ନିମ୍ନମାନର କାର୍ଯ୍ୟ କରିଥିବାରୁ କୋଠା ଦବି ଯିବା ସହ କାନ୍ଥ ଫାଟି ଆଁ କରିଛି। ଅତି କମ ମୂଲ୍ୟର ଟାଇଲି, ବିଜୁଳି ସାମଗ୍ରୀ, ଶୌଚାଳୟର ସାମଗ୍ରୀ ଲଗା ଯାଇଥିବାରୁ ଭାଙ୍ଗିରୁଜି ଗଲାଣି। ଏହି ଠିକାଦାର ଓ ଆର ଏଣ୍ଡ ବି ବିଭାଗର ଅଧିକାରୀଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ପଦାରେ ପଡି ଯାଇଛି। ଏହି କୋଠା ନିର୍ମାଣରେ କୋୖଣସି ନିମ୍ନମାନର ସାମଗ୍ରୀ ଲାଗିବ ନାହିଁ ଓ ଉଚ୍ଚମାନର କୋଠା ନିର୍ମାଣ ହେବ ବୋଲି ଠିକାଦାର ଜଣକ ସତ୍ୟ ରେ ସରକାରଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ୫୦ଲକ୍ଷ ଟଙ୍କାର କୋଠା ଦୁଇ ବର୍ଷ ମଧ୍ୟରେ ଏଭଳି ହୋଇଛି ତେବେ ସରକାର ଠିକାଦରଙ୍କୁ କଳା ତାଲିକା ଭୁକ୍ତ କରିବା ବଦଳରେ ଶଲାସୂତରା ହୋଇ ବ୍ଲକ, ଆଇଟିଡିଏ, ଆରଡ଼ି, ଆର ଆଣ୍ଡ ବି, କ୍ଷୁଦ୍ର ଜଳ ସେଚନ ବିଭାଗ, ଉଠାଇ ଜଳ ସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର କାର୍ଯ୍ୟ କରି ଚାଲିଛନ୍ତି। ମିଶନ ଶକ୍ତି କୋଠାର କାର୍ଯ୍ୟ ଏଭଳି ହୋଇଛି ଯଦି ଅନ୍ୟ ବିଭାଗର କାର୍ଯ୍ୟ କିଭଳି ହୋଇଥିବ ସହଜେ ଅନୁମାନ କରିହେବ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି। ଏମିତିକି ଯନ୍ତ୍ରୀ ଓ ଠିକାଦାରଙ୍କୁ ତଦନ୍ତ ପରିସରକୁ ଆଣି ଭିଜିଲାନ୍ସ ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଥିବା କରିଛନ୍ତି ମିଶନ ଶକ୍ତିର ମହିଳା ମାନେ।ମହିଳା ମାନେ ଅଭିଯୋଗ କରିବା ପରେ ଜଣେ ଯନ୍ତ୍ରୀ ଆସି କୋଠା ଦେଖିଲେ ଓ ଖୁବ ଶୀଘ୍ର ମରାମତି ହେବ ବୋଲି କହି ଚାଲିଗଲେ ବୋଲି ମହିଳା ମାନେ ପ୍ରକାଶ କରିଚୁନ୍ତି। ଏଣୁ ଜିଲ୍ଲା ପ୍ରଶାସନ ବିଭଗୀୟ ତଦନ୍ତ କରି ଯନ୍ତ୍ରୀ ଓ ଠିକାଦାରଙ୍କ ଉପର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି।






