ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ, ୨୦ ଗ୍ରାମ ବ୍ରାଉନସୁଗାର ଜବତ

ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ, ୨୦ ଗ୍ରାମ ବ୍ରାଉନସୁଗାର ଜବତ – ସମୀକ୍ଷା ଖବର

ପୁଲକେଶ୍ଵର ମିଶ୍ର/ସମୀକ୍ଷା ନ୍ୟୁଜ/ ​ତାଳଚେର, ୯ ଅଗଷ୍ଟ ୨୦୨୬: ତାଳଚେର କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।
​ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୯:୦୦ ଟା ସମୟରେ ଅଭିଯୁକ୍ତମାନେ ବାଲେଶ୍ଵରରୁ ବ୍ରାଉନସୁଗାର ଧରି ତାଳଚେର ଆଡ଼କୁ ଆସୁଥିଲେ। ଗୁପ୍ତ ସୂଚନା ଆଧାରରେ ତାଳଚେର କୋଲିୟାରୀ ଥାନା ପୋଲିସ ଚଢ଼ାଉ କରି ଘଟଣାସ୍ଥଳରୁ ହିଁ ୪ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ଗାଡ଼ି ଜବତ କରାଯାଇଛି।
​ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ଏବଂ ଏହି ନିଶା କାରବାର ପଛରେ ଅନ୍ୟ କାହାର ହାତ ଅଛି କି ନାହିଁ, ସେ ନେଇ ପଚରାଉଚରା ଚଳାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଜନଶୁଣାଣିରେ ୪୪ ଅଭିଯୋଗ, ୭ଟିର ତତ୍କାଳ ସମାଧାନ