ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କେନ୍ଦ୍ରାପଡ଼ା:ୱାରସ ସଂଶୋଧନ

କେନ୍ଦ୍ରାପଡ଼ା:ୱାରସ ସଂଶୋଧନ – ସମୀକ୍ଷା ଖବର

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା:

କେନ୍ଦ୍ରାପଡ଼ା ତହସିଲ ଅଧୀନରେ ୱାରସ ସଂଶୋଧନ (କଲମ-୨) ସମ୍ବନ୍ଧୀୟ ପଟ୍ଟାର ସାମୂହିକ ବିତରଣ କାର୍ଯ୍ୟକ୍ରମ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ୱାରସ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ଅଧିକାରକୁ ସୁନିଶ୍ଚିତ କରିବା ସହ ହିତାଧିକାରୀମାନଙ୍କୁ ସରକାରୀ ରେକର୍ଡରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ କରିବା ଦିଗରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ତହସିଲ ଅଧୀନରେ ପ୍ରାୟ ୩,୦୦୦ ହଜାରରୁ ଅଧିକ ପଟ୍ଟା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଛି। ଏହା ଫଳରେ ଦୀର୍ଘଦିନ ଧରି ୱାରସ ସଂଶୋଧନ ଓ ଜମି ରେକର୍ଡ ସମ୍ବନ୍ଧୀୟ ପ୍ରକ୍ରିୟାରେ ଥିବା ହିତାଧିକାରୀମାନେ ନିଜ ଅଧିକାରର ସ୍ୱୀକୃତି ପାଇପାରିଛନ୍ତି।

କେନ୍ଦ୍ରାପଡ଼ା:ୱାରସ ସଂଶୋଧନ – ସମୀକ୍ଷା

ଜିଲ୍ଲାପାଳ ହିତାଧିକାରୀମାନଙ୍କ ସହ ଆଲୋଚନା କରି ପଟ୍ଟା ପାଇବା ପରେ ଜମି ସମ୍ବନ୍ଧୀୟ ରେକର୍ଡ, ଅଧିକାର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସୁରକ୍ଷିତ ରଖିବା ସହିତ ଆବଶ୍ୟକ ସରକାରୀ ସେବା ପାଇଁ ରାଜସ୍ୱ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ତହସିଲଦାର କୁଇନି ଜେନା, ଅତିରିକ୍ତ ତହସିଲଦାରଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟକ ହିତାଧିକାରୀ ଏହି ସାମୂହିକ ପଟ୍ଟା ବିତରଣ କାର୍ଯ୍ୟକ୍ରମରୁ ଉପକୃତ ହୋଇଥିଲେ। ଜମିଜମା ସମ୍ବନ୍ଧୀୟ ରେକର୍ଡର ସଠିକ୍ ସଂଶୋଧନ ଓ ହିତାଧିକାରୀଙ୍କ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏଭଳି ପଦକ୍ଷେପ ଜାରି ରହିବ ବୋଲି ତହସିଲ ପକ୍ଷରୁ କୁହାଯାଇଛି।

କେନ୍ଦ୍ରାପଡ଼ା:ୱାରସ ସଂଶୋଧନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ‘ସମ୍ବନ୍ଧ’ର ଶୁଭାରମ୍ଭ; ସମବାୟ ସଂସ୍ଥାଗୁଡ଼ିକରେ ଆସିବ ସମ୍ପୂର୍ଣ୍ଣ ସ୍ୱଚ୍ଛତା: ମୁଖ୍ୟମନ୍ତ୍ରୀ