
ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ଖବର:
ଇନ୍ଦ୍ରପୂର୍ଣ୍ଣିମା ଓ ଭାଗବତ ଜନ୍ମ ଉପଲକ୍ଷେ ଆଜି ଜଗତସିଂହପୁର ସ୍ଥିତ ଜୟବୋଡ଼ ଜଗନ୍ନାଥ ମନ୍ଦୀର ବାରଣ୍ଡାରେ ଭାଗବତ ପୂଜା ବହୁ ଆଡମ୍ବରରେ ଭକ୍ତ ମାନଙ୍କ ସମାବେଶରେ ଆୟୋଜିତ ହୋଇଯାଇଛି |ଏଥିରେ ପ୍ରଥମେ,ଦବ ଦବ ମହାଦେବଙ୍କର ତଥା ଜଗନ୍ନାଥ ମହାପ୍ରଭୁଙ୍କ ପୂଜା ଅର୍ଚନା କରାଯାଇଥିଲା |ତା ପରେ ସମ୍ପୂର୍ଣ ଭାଗବତ ପଢା ଯାଇଥିଲା |
ପ୍ରକାଶ ଥାଉ କି ଆଜି ଇନ୍ଦ୍ରପୂର୍ଣ୍ଣିମା ଏବଂ ଭାଗବତଙ୍କର ଜନ୍ମ ଦିବସ |ଏହିଦିନ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା ଶ୍ରୀମଦଭାଗବତ ରଚନା ପୂର୍ଣ୍ଣ ହୋଇଥିଲା | ଏହା 12 ଅଧ୍ୟାୟ ବିଶିଷ୍ଟ | ଏହାକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆରେ ଲେଖି ଛନ୍ତି | ଓଡ଼ିଶାରେ ଘରେ ଘରେ ଏହା ପ୍ରଚଳିତ | ଏହା ଅତି ସରଳ ଓଡ଼ିଆ ଭାଷାରେ 9 ଅକ୍ଷରୀ ଛନ୍ଦରେ ଲେଖିଛନ୍ତି |ଓଡ଼ିଶାରେ ଗାଁ ଗାଁ ରେ ଭାଗବତ ଟୁଙ୍ଗି ମାଧ୍ୟମରେ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ରୀତିରେ ପରିବର୍ତ୍ତିତ ହୋଇଯାଇଛି ବୋଲି ଜଗନ୍ନାଥ ମନ୍ଦୀରର ପୂଜକ ଘନ ପଢିଆରି କହିଛନ୍ତି |






