ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ନୂଆପଡ଼ାରେ RAMP ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇ ନୀତି ଓ ଡିପିଆର୍ ପ୍ରସ୍ତୁତି ନେଇ ଦକ୍ଷତା ବିକାଶ କର୍ମଶାଳା

ନୂଆପଡ଼ାରେ RAMP ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇ ନୀତି ଓ ଡିପିଆର୍ ପ୍ରସ୍ତୁତି ନେଇ ଦକ୍ଷତା ବିକାଶ କର୍ମଶାଳା – ସମୀକ୍ଷା ଖବର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:
ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:
ନୂଆପଡ଼ା ଜ଼ିଲ୍ଲାରେ‘Raising and Accelerating MSME Performance’ (RAMP) ଯୋଜନା ଅଧୀନରେ ସରକାରୀ ଅଧିକାରୀ, ଶିଳ୍ପ ସଂଘ ଏବଂ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କ ପାଇଁ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛିl ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନ୍ୟୁରସିପ୍ ଡେଭେଲପମେଣ୍ଟ (IED), ଭୁବନେଶ୍ୱର ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସମ୍ପର୍କିତ ବିଭିନ୍ନ ସରକାରୀ ନୀତି, ଯୋଜନା ଓ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଏମ୍‌ଏସ୍‌ଏମ୍‌ଇ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ବିବରଣୀ (DPR) ଏବଂ ଆବଶ୍ୟକ ପ୍ରକଳ୍ପ ଦସ୍ତାବିଜ ପ୍ରସ୍ତୁତି ସମ୍ପର୍କରେ ତାଲିମ ଓ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା।

ନୂଆପଡ଼ାରେ RAMP ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇ ନୀତି ଓ ଡିପିଆର୍ ପ୍ରସ୍ତୁତି ନେଇ ଦକ୍ଷତା ବିକାଶ କର୍ମଶାଳା – ସମୀକ୍ଷା


ଏହି ଅବସରରେ ଓଡ଼ିଶା ଶିଳ୍ପ ନିର୍ଦ୍ଦେଶାଳୟର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ପି. ପ୍ରଭାକର ରାଓ ଏମ୍‌ଏସ୍‌ଏମ୍‌ଇ ସମ୍ପର୍କିତ ବିଭିନ୍ନ ନୀତି ଏବଂ ଡିପିଆର୍ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ଜିଏମ୍‌, ଜିଲ୍ଲା ଶିଳ୍ପ କେନ୍ଦ୍ର ସମୀର ମୁଦୁଲି ଏବଂ IED, ଭୁବନେଶ୍ୱରର ପ୍ରୋଗ୍ରାମ୍ କୋଅର୍ଡିନେଟର ଶିବବ୍ରତ ରଥଙ୍କ ସମେତ CDAO, CDVO, CDFO, LDM, SBIର CM, DPM, OLM ଏବଂ ORMASର ଡେପୁଟି ସିଇଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀ ଉପସ୍ଥିତ ଥିଲେ।

ନୂଆପଡ଼ାରେ RAMP ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇ ନୀତି ଓ ଡିପିଆର୍ ପ୍ରସ୍ତୁତି ନେଇ ଦକ୍ଷତା ବିକାଶ କର୍ମଶାଳା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରିରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ, ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଗୋବିନ୍ଦପାଲ୍ଲୀରେ ଅଟକିଥିବା ଟ୍ରକ୍ ଓ ବସ୍ କର୍ମଚାରୀଙ୍କୁ ସହାୟତା