ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ
ମୁରିବାହାଲ, ତା ୨୬/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡା ଖେଳ ପଡ଼ିଆରେ ବ୍ଲକସ୍ତରୀୟ ବାଳକ ଓ ବାଳିକା ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପଢ଼ିଆରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଖେଳାଳିମାନେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡା ସରପଞ୍ଚ କାଳିଆ ସରାଫ ଓ ସମାଜସେବୀ ଉମେଶ ଛୁରା ଯୋଗଦେଇଥିବା ବେଳେ ବ୍ଲକ କ୍ରୀଡ଼ା ସମ୍ପାଦକ କୁବେର ବେହେରା, ସାମ୍ବାଦିକ ଉଦ୍ଧବ ଦାସ, ଶିକ୍ଷକ ଜ୍ୟୋତିରଞ୍ଜନ ଭୋଇ ଓ ସତ୍ୟ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ବିନୋଦ ମହାପାତ୍ର ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ। ଖେଳ ପରିଚାଳନାରେ ନବୀନ ସରାଫ, ରମେଶ ବିଶି, ସନ୍ତୋଷ ମେହେର, ପ୍ରକାଶ ମହାନ୍ତି, ନୀତିଶ ତାଣ୍ଡି, ନୀତିଶ ମହାନ୍ତି, ମୁଖ୍ୟଦେବ ନାଗ, ସୁରେଶ ବେହେରା, ମହନ ପ୍ରଧାନୀ, କୁବେରଲାଲ ବେହେରା, ପ୍ରଶନ୍ନ ହାତୀ, ନିମାଇଁ ବେହେରା, ଝସକେତନ ରାଜହଂସ ଓ ଅଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ଚୟନ ହୋଇଥିବା ଖେଳାଳିମାନେ ଆସନ୍ତା ୧, ୨ ଓ ୩ ତାରିଖରେ ଲୋଇସିଂହା ଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବ୍ଲକ କ୍ରୀଡ଼ା ସମ୍ପାଦକ କୁବେର ବେହେରା ସୂଚନା ଦେଇଛନ୍ତି। ଶେଷରେ ଗୁରୁଣ୍ଡା ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱାମିତ୍ର ସାହୁ, ପାଣ୍ଡବ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିବିରକୁ ସହଯୋଗ କରିଥିଲେ।





