ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ ବରଗଡ:ଚଳିତ ହର ଘର ତିରଙ୍ଗା ଅଭିଯାନ–୨୦୨୬ ଅନ୍ତର୍ଗତ ଆଜି ବରଗଡ଼ ସ୍ଥିତ ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଶିବିରରେ ୧୦୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ବେଳେ ବରଗଡ଼ ତଥା ଏହାର ପଡ଼ୋଶୀ ଜିଲ୍ଲାର ପ୍ରାୟ ୨୦ ଜଣ ବିଶିଷ୍ଟ କଳାକାର ଯୋଗଦେଇ ହର ଘର ତିରଙ୍ଗା ଏବଂ ବିକଶିତ ଭାରତ ଗଠନରେ ଯୁବପିଢ଼ି (Gen G)ର ଦାୟିତ୍ୱ ଉପରେ ଆଧାରିତ ଚିତ୍ର ଅଙ୍କନ କରି ଚିତ୍ରକଳା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଗୌରବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ।
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲା ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ କଳାକାରମାନଙ୍କ ସୃଜନଶୀଳତା ଓ ଦେଶପ୍ରେମମୟ ମନୋଭାବକୁ ପ୍ରଶଂସା କରି ଭବିଷ୍ୟତରେ କଳା ଓ ସାମାଜିକ ସଚେତନତା ମାଧ୍ୟମରେ ଦେଶ ଗଠନରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ, ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ଆସନ୍ତା ୧୭ ଅଗଷ୍ଟ ୨୦୨୬ ତାରିଖରେ ବରଗଡ଼ର ଯଦୁମଣି ଅଡିଟୋରିୟମ୍ ଠାରେ ଆୟୋଜିତ ହେବାକୁଥିବା ତିରଙ୍ଗା କନସର୍ଟ ଓ ତିରଙ୍ଗା ଥିମ୍ ପ୍ରଦର୍ଶନୀ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରିବା ସହ କଳାକାର ଶିବିର ଓ ପ୍ରତିଯୋଗିତାରେ ପ୍ରସ୍ତୁତ ଚିତ୍ରଗୁଡ଼ିକୁ ପ୍ରଦର୍ଶିତ କରାଯିବ।ଏହି ଅବସରରେ ବହୁ ସଂଖ୍ୟକ ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷକ, କଳାପ୍ରେମୀ ତଥା ଅଧିକାରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତାଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଅନୁଷ୍ଠିତ ହେବା ସହ, ଜିଲ୍ଲାରେ ହର ଘର ତିରଙ୍ଗା ଅଭିଯାନ ପ୍ରତି ଦେଶପ୍ରେମ ଓ ଜନସାମାନ୍ୟଙ୍କ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିଛି

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଘରେ ଘରେ ତ୍ରିରଙ୍ଗା: କଳାହାଣ୍ଡି କଲେଜରେ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ