ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜୁଆ ଆଡ୍ଡା ଚଢାଉ ରେ ୬୩,୧୭୦ ଟଙ୍କା ସହ ତିନି ଗିରଫ ଏବଂ ଦୁଇ ବାଇକ୍‌ ଜବତ

ଜୁଆ ଆଡ୍ଡା ଚଢାଉ ରେ ୬୩,୧୭୦ ଟଙ୍କା ସହ ତିନି ଗିରଫ ଏବଂ ଦୁଇ ବାଇକ୍‌ ଜବତ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ /ସମୀକ୍ଷା ପ୍ରତିନିଧି /ଚିକିଟୀ : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବିଜୟଲକ୍ଷ୍ମୀ ନାରାୟଣପୁର ଅଞ୍ଚଳ ନିକଟସ୍ତ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୁଆ ଆଡ୍ଡା ରୁ ନଗଦ ୬୩,୧୭୦ ଟଙ୍କା, ଦୁଇ ପ୍ୟାକେଟ ତାସ୍‌, ଗୋଟିଏ ତାରପାଲିନ୍‌, ୪ଟି ମୋବାଇଲ୍‌ ଫୋନ୍‌ ଓ ଦୁଇଟି ମୋଟରସାଇକେଲ୍‌ ଜବତ ହୋଇଛି।
ପୋଲିସ ସୂଚନା ଅନୁସାରେ, ୧୧ ତାରିଖ ଅପରାହ୍ନରେ ବିଜୟଲକ୍ଷ୍ମୀ ନାରାୟଣପୁର ନିକଟ କାଜୁ ବଗିଚାରେ ଜୁଆ ଖେଳ ଚାଲିଥିବା ଖବର ପାଇ କେ.ନୂଆଗାଁ ପୋଲିସ ଚଢାଉ କରିଥିଲା। ପୋଲିସ ପହଞ୍ଚିବା ବେଳକୁ ପ୍ରାୟ ୧୦ ରୁ ୧୫ ଜଣ ତାସ୍‌ ଖେଳୁଥିବା ଦେଖାଯାଇଥିଲା। ପୋଲିସ କୁ ଦେଖି କିଛି ଜୁଆଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।
ଘଟଣାସ୍ଥଳରୁ ତ୍ରିଲୋଚନ ସାହୁ ଓରଫ ଲଣ୍ଡା, କାଳିଆ ସାହୁ ଓରଫ କାଳୁ ଏବଂ ସନ୍ତୋଷ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ କେତେକ ଜୁଆଡ଼ି ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଚଢାଉ ସମୟରେ ପୋଲିସ କର୍ମଚାରୀଙ୍କୁ ଜୁଆଡ଼ି ମାନେ ଧକ୍କା ମାରିବା ସହ ମାଡ଼ ମାରିଥିବା ଏବଂ ଧମକ ଦେଇଥିବା ସୂଚନା ମିଳିଛି। ଏନେଇ କେ.ନୂଆଗାଁ ଥାନାରେ ମାମଲା ନଂ ୧୭୭/୨୦୨୬ ରୁଜୁ ହୋଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସ୍ତ୍ରୀଙ୍କ ମୃତ୍ୟୁପରେ ଅସହାୟ ଉପେନ୍ଦ୍ର, ଚିକିତ୍ସା ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ବାଧା ସାଜିଛି ଆର୍ଥିକ