ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପ୍ରବଳ ବର୍ଷାରେ ଜଳବନ୍ଦୀ ଜୀବନ ସହ ଯୋଗାଯୋଗ ବିଚ୍ଛିନ୍ନ, ମାଛ ଧରିବାକୁ ଯାଇ ଯୁବକ ମୃତ

ପ୍ରବଳ ବର୍ଷାରେ ଜଳବନ୍ଦୀ ଜୀବନ ସହ ଯୋଗାଯୋଗ ବିଚ୍ଛିନ୍ନ, ମାଛ ଧରିବାକୁ ଯାଇ ଯୁବକ ମୃତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୩/୮: କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିରେ ନଦୀକଡ଼ ବାସୀଙ୍କ ଅବସ୍ଥା ସୁଧୁରି ନଥିବା ସମୟରେ ପୁଣି ଦୁଃଖ ଆଣିଛି ପ୍ରବଳ ବର୍ଷା ଓ ବନ୍ୟା । ଗତ ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ସମୟରେ ଜିଲ୍ଲା ଦେଇ ପ୍ରବାହିତ ସମସ୍ତ ନଦୀ, ନାଳ ଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମାଗତ ବୃଦ୍ଧି ନେଇ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ରହିଥିବା ବେଳେ ଗୁରୁବାର ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଇଁ ବିଦ୍ୟାଳୟ ଯିବାକୁ ବାରଣ ନିର୍ଦ୍ଦେଶ ରହିଥିଲା । ତେବେ ପ୍ରାୟତଃ ନଦୀକଡ଼ ବାସିନ୍ଦା କ୍ରମାଗତ ବନ୍ୟାଜଳ ବୃଦ୍ଧି ନେଇ ବ୍ୟାପକ କ୍ଷତି ଆଶଙ୍କାରେ ଭୟଭୀତ ରହିଛନ୍ତି । ବନ୍ୟାଜଳ ପ୍ରବେଶ ଯୋଗୁଁ ପୋଲ ଉପରେ ନଦୀଜଳ ପ୍ରବାହିତ ହେଉଥିବା ସମୟରେ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୁଣି ଆସନ୍ତାକାଲି ପାଇଁ ଜିଲ୍ଲା ପ୍ରତି ଜୋର ବର୍ଷା ନେଇ ସୂଚନା ରହିଥିବା ସହ ଆକାଶ ମେଘାଚ୍ଛନ୍ନ ଓ ମଝିରେ ମଝିରେ ବର୍ଷା ଲାଗି ରହିଛି । ଗତ ବୁଧବାର ରାତି ଭଳି ବର୍ଷା ଲାଗିରହିଲେ ବନ୍ୟାଜଳର ଘୋର ବିପଦ ଆଶଙ୍କା ସୃଷ୍ଟି ହେବା ନେଇ ସମସ୍ତେ ଚିନ୍ତିତ । ବନ୍ୟା ଯୋଗୁଁ ଚାଷଜମି ମାନଙ୍କରେ ଚାଷୀ ଦୁଇ ଦୁଇଥର ରୁଆ କାମ ସାରି ଆଶ୍ୱସ୍ତ ହୋଇଥିବା ବେଳେ ପୁଣିଥରେ ଆଜିର ବନ୍ୟାଜଳ ଚାଷଜମିକୁ ଜଳମଗ୍ନ କରି ଓ ତଳାକୁ ଧୋଇନେଇ ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି ।

ତେବେ ବଡ଼ସାହି ନିର୍ବାଚନ ମଣ୍ଡଳୀର ବଡ଼ସାହି ବ୍ଲକ କୋଚିଳା ଖୁଣ୍ଟା ପଞ୍ଚାୟତ ଜୁଣପଦା ବା ପାଉଁଶିଆ ବନ୍ଧରେ ପାଉଁଶିଆ ଗ୍ରାମ ର ପ୍ରଫୁଲ ଖଟୁଆଳ ନାମକ ବ୍ୟକ୍ତି ଗୁରୁବାର ମାଛ ଧରିବାକୁ ଆସି ପାଣିରେ ବୁଡି ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ଦ୍ଵାରା ବ୍ୟକ୍ତି ଜଣକୁ ଉଦ୍ଧାର କରାଯାଇ ବଡ଼ସାହି ଡାକ୍ତରଖାନା ଅଣାଯିବା ସହ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି । ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରଶାସନ ତରଫରୁ ନଦୀକଡ଼ ଗ୍ରାମ ଗୁଡ଼ିକରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେଵ ଉନ୍ନତିକରଣ ଓ ସମ୍ପ୍ରସାରଣ