ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନିୟୁଜ୍:
ରାୟଗଡ଼ା ରୁ ( ଅଭିଳାଷ ମହାନନ୍ଦିଆ ) ସମୀକ୍ଷା news live
ରାୟଗଡା : ଜିଲ୍ଲାର ୩୦/୯ ଜୀବନରେଖା କୁହାଯାଉଥିବା ୪୬ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତାରେ ପରିଣତ ହୋଇଛି । ରାୟଗଡା ଜିଲ୍ଲା ରାମନାଗୁଡ଼ା ଠାରୁ ବିଷମକଟକ ପର୍ଯ୍ୟନ୍ତ ପ୍ରାୟ ୫୦ କି.ମି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ, ଗାଡି ଚାଲିବା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ। ସ୍ଥାନେ ସ୍ଥାନେ ୨ ରୁ ୩ ଫୁଟ ଗଭୀର ଖାଲ, ପିଚୁ ଉଠି ଗୁଣ୍ଡ ବାହାରିଛି। ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି, କିନ୍ତୁ ପ୍ରଶାସନ ନିଦାବିଷ୍ଣୁ। ସେଇଟା ରାସ୍ତା ନୁହେଁ ଯେମିତି ଚାଷ ଜମି ପରି ମନେ ହେଉଛି । ଗୋଟିଏ କି.ମି ରାସ୍ତାରେ ୫୦ ରୁ ଅଧିକ ବଡ ବଡ ଖାଲ। ବର୍ଷା ପାଣି ଜମି ରହି ପୋଖରୀ ପାଲଟିଛି। ରାତି ସମୟରେ ଡ୍ରାଇଭର ମାନେ ଖାଲ ଆନ୍ଦାଜ କରିପାରୁ ନାହାଁନ୍ତି,ଫଳରେ ବାଇକ ସ୍ଲିପ ହୋଇ ପଡୁଛି, ଅଟୋ ଓଲଟି ପଡୁଛି। ଜଣେ ବସ ଡ୍ରାଇଭର କହନ୍ତି ଏ ରାସ୍ତାରେ ଗାଡି ଚଳାଇଲେ କୋମର ଭାଙ୍ଗିଯିବ। ଗାଡିର ପାର୍ଟସ ମାସକୁ ଦୁଇ ଥର ବଦଳାଇବାକୁ ପଡୁଛି। ତେଲ ଖର୍ଚ୍ଚ ଦୁଇ ଗୁଣ ବଢିଛି। ଦୁର୍ଘଟଣା ପାଇଁ ଦାୟୀ କିଏ ବୋଲି ସାଧାରଣ ରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହାକୁ ନେଇ ରାଜ୍ୟ ରାଜପଥ ବିଭାଗର ଅବହେଳା ବୋଲି ଅଭିଯୋଗ ହେଉଛି। ଗତ ୨ ବର୍ଷ ହେଲା ଏହି ରାସ୍ତାର ମରାମତି ହୋଇନାହିଁ। ବିଲ ହୋଇଛି, କିନ୍ତୁ କାମ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଠିକାଦାର ଓ ବିଭାଗ ମଧୁଚନ୍ଦ୍ରିକା ଥିବା ସନ୍ଧେହ କରାଯାଉଛି। ନିମ୍ନମାନର କାମ ଯୋଗୁଁ ୬ ମାସରେ ରାସ୍ତା ଭାଙ୍ଗି ଯାଉଛି। ବିଲ ପାସ କରିବାରେ ପିସି କାରବାର ଚାଲିଛି ବୋଲି ଲୋକେ କଥାବାର୍ତ୍ତା କରୁଛନ୍ତି। ମୋରମ, ପଥର ବୋଝେଇ ହାଇୱା ଦିନ ରାତି ଚାଲୁଛି ଓଜନ ଯାଞ୍ଚ କେହି କରୁନାହାଁନ୍ତି। ଏପଟେ ଫଳ ଭୋଗୁଛନ୍ତି ସାଧାରଣ ଲୋକ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ, ରୋଗୀ, ଚାଷୀ ଯାତାୟତ କରନ୍ତି। ବିଷମକଟକ ମେଡିକାଲକୁ ରୋଗୀ ନେବା ବେଳେ ରାସ୍ତାରେ ହିଁ ରୋଗୀର ଅବସ୍ଥା ବିଗିଡି ଯାଉଛି। ଆମ୍ବୁଲାନ୍ସ ଫସି ରହୁଛି।






