ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବଲାଙ୍ଗୀର : ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ-“ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି”

ବଲାଙ୍ଗୀର : ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ-“ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି” – ସମୀକ୍ଷା ଖବର

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ:

“ନିଶାଡ଼ିଙ୍କ ଭିଡ଼ରେ ଅସୁରକ୍ଷିତ ମହିଳା; ପୋଲିସ-ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ”

ବଲାଙ୍ଗୀର : ଗ୍ରାମାଞ୍ଚଳରେ ନିଶା କାରବାର ରୋକିବା ପାଇଁ ଆଇନ ଓ ପ୍ରଶାସନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ଅଣ୍ଡାଲଦୋରୋ ସାପ୍ତାହିକ ବଜାରକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସାପ୍ତାହିକ ବଜାର ଦିନରେ ଦେଶୀ ଓ ବିଦେଶୀ ମଦ ସହ କୋରେକ୍ସ ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ବେଧଡ଼କ ଭାବେ ବିକ୍ରି ହେଉଛି। ବଜାର ଦିନରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ବେଳେ, ନିଶାସକ୍ତ ବ୍ୟକ୍ତିଙ୍କ ଭିଡ଼ ଯୋଗୁଁ ପରିବେଶ ଅଶାନ୍ତ ହେଉଥିବା ଅଭିଯୋଗ ହୋଇଛି। ମଦ୍ୟପାନ ପରେ କେତେକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଗଣ୍ଡଗୋଳ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି।
ଏହାର ସିଧାସଳଖ ପ୍ରଭାବ ମହିଳା ଓ ଯୁବତୀମାନଙ୍କ ଉପରେ ପଡ଼ୁଥିବା କୁହାଯାଉଛି। ବଜାର ଅଞ୍ଚଳ ଦେଇ ଯିବାବେଳେ ଅସଭ୍ୟ ବ୍ୟବହାର, ଗାଳିଗୁଲଜ ଓ ନିଶାସକ୍ତଙ୍କ ଉତ୍ପାତକୁ ନେଇ ଅନେକ ମହିଳା ଅସୁବିଧା ଅନୁଭବ କରୁଥିବା ସ୍ଥାନୀୟ ଲୋକଙ୍କ ଦାବି। ଫଳରେ ବଜାର ଦିନରେ ଝିଅ-ବୋହୂମାନେ ଘରୁ ବାହାରିବାକୁ ଭୟ କରୁଥିବା ଅଭିଯୋଗ ମଧ୍ୟ ଆସିଛି। ଏତେ ବଡ଼ ଆକାରରେ ଯଦି ନିଶାଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ ସତ, ତେବେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ନଜରରୁ ଏହା କିପରି ଦୀର୍ଘଦିନ ଧରି ବାହାରେ ରହିଛି, ତାହା ନେଇ ପ୍ରଶ୍ନ ଉଠୁଛି।

ବଲାଙ୍ଗୀର : ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ-“ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି” – ସମୀକ୍ଷା


ବିଶେଷକରି ସାପ୍ତାହିକ ବଜାର ଭଳି ସର୍ବସାଧାରଣ ସ୍ଥାନରେ ଯଦି ଅବୈଧ ଭାବେ ନିଶାଦ୍ରବ୍ୟ ବିକ୍ରି ହେଉଛି, ତେବେ ଏହାର ଉତ୍ସ, ବିକ୍ରେତା ଓ ଯୋଗାଣ ଶୃଙ୍ଖଳା ଉପରେ ତଦନ୍ତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ସ୍ଥାନୀୟ ଲୋକଙ୍କ ଦାବି, ପ୍ରଶାସନ ଓ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ନେଇ ତୁରନ୍ତ ଯାଞ୍ଚ କରନ୍ତୁ। ଅବୈଧ ବିକ୍ରି ପ୍ରମାଣିତ ହେଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ସହ ବଜାର ଅଞ୍ଚଳରେ ନିୟମିତ ପେଟ୍ରୋଲିଂ ଓ ନିଶାବିରୋଧୀ ଅଭିଯାନ ଚାଲାଇବାକୁ ଦାବି ହୋଇଛି।
ଏବେ ଦେଖିବାର କଥା—ଅଭିଯୋଗ ପରେ ପୋଲିସ ଓ ଅବକାରୀ ବିଭାଗ କେବେ ଜାଗିବ ଏବଂ ଅଣ୍ଡାଲଦୋରୋ ବଜାରକୁ ନିଶାମୁକ୍ତ କରିବା ପାଇଁ କେବେ ଦୃଢ଼ ପଦକ୍ଷେପ ନେବ।

ବଲାଙ୍ଗୀର : ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ-“ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି” – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲିଗୁଡ଼ା : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ