ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଧଉଳି ଚାରୁକଳା ମହାବିଦ୍ୟାଳୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ଶୋକସଭା

ଧଉଳି ଚାରୁକଳା ମହାବିଦ୍ୟାଳୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ଶୋକସଭା – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ / ଭୁବନେଶ୍ଵର, ୧୪.୦୮.୨୦୨୬ – ଧଉଳି ଚାରୁକଳା ମହାବିଦ୍ୟାଳୟର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଚିବ ଓ ସଭାପତି ଏବଂ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ମହାବିଦ୍ୟାଳୟର ପ୍ରଦର୍ଶନୀ କକ୍ଷରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି।ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଶିଳ୍ପୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।ସ୍ଵର୍ଗତ କାନୁନଗୋ କଳା କ୍ଷେତ୍ରରେ ଜଣେ ନିରବଚ୍ଛିନ୍ନ ସାଧକ ତଥା ଉଚ୍ଚକୋଟିର ଶିଳ୍ପୀ ଥିଲେ । ସେ ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ ସାରି ରାଜ୍ୟ ସଂଗ୍ରହାଳୟରେ ଗ୍ୟାଲେରୀ ସୁପରଭାଇଜର, ପରବର୍ତ୍ତୀ ସମୟରେ ଓଡ଼ିଶା ଲଳିତ କଳା ଏକାଡ଼ଡେମୀରେ ସଚିବ ଏବଂ ସଭାପତି ରୂପେ ନିଯୁକ୍ତ ହୋଇଥିଲେ । ସେ ମଧ୍ୟ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ଭୁବନେଶ୍ୱରଠାରେ ପ୍ରତିଷ୍ଠାରେ ସାହାଯ୍ୟ କରିବା ସହିତ ସେଠାରେ ସଚିବ ଭାବେ ରହି ଚିତ୍ରକଳା କ୍ଷେତ୍ରରେ ବିଭିନ୍ନ ଉନ୍ନତ୍ତିମୂଳକ କାର୍ଯ୍ୟ କରିଯାଇଛନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ସେ ଯୁବ କଳାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାପାଇଁ ସଦା ବେଳେ ପ୍ରଚେଷ୍ଟା କରିଥିଲେ । ଓଡ଼ିଶାର କଳା କ୍ଷେତ୍ରରେ ସର୍ବଶ୍ରେଷ୍ଠ ସମ୍ମାନ ‘ଧର୍ମପଦ ପୁରସ୍କାର’ ଓ ‘ରାଜ୍ୟ ପୁରସ୍କାରରେ’ ମଧ୍ୟ ସମ୍ମାନିତ ହୋଇଥିଲେ । ସେ ଅତ୍ୟନ୍ତ କର୍ମନିଷ୍ଠ ଓ ଉଚ୍ଚକୋଟୀର ଚିତ୍ର ଶିଳ୍ପୀ ଭାବେ ଖ୍ୟାତ ଥିଲେ ।ଏହି ଅବସରରେ ଶିଳ୍ପୀଙ୍କ ଫୋଟୋଚିତ୍ରରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ,ଅଧ୍ୟାପକ ଭୂପତିଭୂଷଣ ପଣ୍ଡା, ସର୍ଫୁଦ୍ଦିନ୍ ଏହମ୍ମଦ୍ ,ପ୍ରଫୁଲ୍ଲ ପ୍ରଧାନ ପୁଷ୍ପ ପ୍ରଦାନ ପୂର୍ବକ ଶିଳ୍ପୀଙ୍କ ସ୍ମୃତି ଚାରଣ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚିକିଟୀ: ଅଟୋ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ତିନି ଯୁବକ ଗିରଫ