ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜନତାଙ୍କ ଡାକରେ ପହଞ୍ଚିଲେ ପଦ୍ମପୁର ଉପଜିଲ୍ଲାପାଳ, ସମସ୍ୟା ସ୍ଥଳରେ ତୁରନ୍ତ ପଦକ୍ଷେପ ।

ଜନତାଙ୍କ ଡାକରେ ପହଞ୍ଚିଲେ ପଦ୍ମପୁର ଉପଜିଲ୍ଲାପାଳ, ସମସ୍ୟା ସ୍ଥଳରେ ତୁରନ୍ତ ପଦକ୍ଷେପ । – ସମୀକ୍ଷା ଖବର


ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ :

ଲୋକଙ୍କ ସମସ୍ୟାକୁ ନିକଟରୁ ଶୁଣି ତାହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇ ପ୍ରଶଂସା ସାଉଁଟିଛନ୍ତି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ। ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଜେନକେଡାସ୍ଥିତ ଗୋପବନ୍ଧୁ ସେବାଶ୍ରମକୁ ଆଜି ଏକ ବିଶେଷ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଭୋଇ ପହଞ୍ଚିଥିଲେ। ସେଠାରେ ସେବାଶ୍ରମର କର୍ମଚାରୀ ଓ କମିଟି ସଦସ୍ୟମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଆଲୋଚନା ସମୟରେ ସେବାଶ୍ରମ ସମେତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଲୋକମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉପଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବା ସହ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଜନତାଙ୍କ ଡାକରେ ପହଞ୍ଚିଲେ ପଦ୍ମପୁର ଉପଜିଲ୍ଲାପାଳ, ସମସ୍ୟା ସ୍ଥଳରେ ତୁରନ୍ତ ପଦକ୍ଷେପ । – ସମୀକ୍ଷା

ଏହି ଅବସରରେ ବିଡିଓ ଲକ୍ଷ୍ମଣ ମାଝୀ, ତହସିଲଦାର ନାନ୍ସୀ ଖାଲଖୋ, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଉପାଧ୍ୟକ୍ଷା ଯଶୋବନ୍ତି ପ୍ରଧାନ, କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା, ତାଲପାଲି ସରପଞ୍ଚ ସଞ୍ଜୀବ ସାହୁ, ସମିତି ସଭ୍ୟା ମିନତୀ ମାଝୀ, ୟୁଥ୍ କ୍ଲବ ସଭାପତି ରଞ୍ଜନ ପଣ୍ଡା, ଅନାଦି ସାହୁ, ତେଜରାଜ ସାହୁ, ବିନାୟକ ଗୁରୁ, ଚୈତନ୍ୟ ସାହୁ, ବିପିନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅଞ୍ଚଳବାସୀ ଦୀର୍ଘଦିନ ଧରି ପଡ଼ିରହିଥିବା ତାଲପାଲି ଛକରୁ କଟାବାହାଲକୁ ସଂଯୋଗ କରୁଥିବା ପ୍ରାୟ ୨୦୦ ମିଟର ରାସ୍ତା ସମସ୍ୟା ଉପଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ। ଲୋକଙ୍କ ଅନୁରୋଧକୁ ଗୁରୁତ୍ୱ ଦେଇ ଉପଜିଲ୍ଲାପାଳ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ରାସ୍ତାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ତହସିଲଦାରଙ୍କ ସହ ଆଲୋଚନା କରି ରାସ୍ତା ସମସ୍ୟାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏହାପରେ ତାଲପାଲିସ୍ଥିତ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ଧାନମଣ୍ଡିରେ ବିଦ୍ୟୁତ ସଂଯୋଗ ସମସ୍ୟା ନେଇ ମଧ୍ୟ ଲୋକେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଉପଜିଲ୍ଲାପାଳ ତୁରନ୍ତ ଫୋନ ଯୋଗେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ବିଦ୍ୟୁତ ସଂଯୋଗ ଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଜନସାଧାରଣଙ୍କ ସମସ୍ୟା ଶୁଣିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବା ଭଳି ଉପଜିଲ୍ଲାପାଳ ଶ୍ରୀ ଭୋଇଙ୍କ ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏଭଳି ସିଧାସଳଖ ଯୋଗାଯୋଗ ରହିଲେ ଅଞ୍ଚଳର ବିଭିନ୍ନ ସମସ୍ୟା ଶୀଘ୍ର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ଜନତାଙ୍କ ଡାକରେ ପହଞ୍ଚିଲେ ପଦ୍ମପୁର ଉପଜିଲ୍ଲାପାଳ, ସମସ୍ୟା ସ୍ଥଳରେ ତୁରନ୍ତ ପଦକ୍ଷେପ । – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ନେତାଜୀ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ