ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ

ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୦୪/୦୯/୨୬
ମାଲକାନଗିରି ଜିଲ୍ଲା ସଦର ନିକଟ ପରଜାଗୁଡ଼ା ଅଞ୍ଚଳରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରିଛନ୍ତି ସାପ ଧରାଳି। ଖାଦ୍ୟ ସନ୍ଧାନରେ ଅଜଗରଟି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଘରେ ପଶି ତିନିଟି ବଡ଼ କୁକୁଡ଼ାକୁ ଗିଳି ଦେଇଥିଲା ଜଣାପଡିଛି। ସାପଟିକୁ ଦେଖି ଘରଲୋକଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ହୋଇ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ – ସମୀକ୍ଷା

ସେ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ଅତି ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରିଥିଲେ। ପରେ ତାହାକୁ ଜଙ୍ଗଲର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଥିଲା। ଉଦ୍ଧାର ସମୟରେ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। ବନ୍ୟପ୍ରାଣୀଙ୍କୁ ଦେଖି ଭୟଭୀତ ହୋଇ ତାଙ୍କୁ ଆଘାତ ନଦେଇ ତୁରନ୍ତ ବନ ବିଭାଗ କିମ୍ବା ସାପ ଉଦ୍ଧାରକାରୀଙ୍କୁ ଖବର ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍‌କୋ:୩୭ଟି ପ୍ରକଳ୍ପକୁ ଜମି ବଣ୍ଟନ କମିଟିର ଅନୁମୋଦନ