ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ

କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ – ସମୀକ୍ଷା ଖବର


ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ :

କୋମନା : ନୂଆପଡ଼ା ଜିଲ୍ଲା କୋମନା ସବରେଜିଷ୍ଟ୍ରାର ଅଫିସରେ ରେଜିଷ୍ଟ୍ରେସନ ହେଉନଥିବାରୁ କ୍ରେତା ଓ ବିକ୍ରେତାମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କୋମନା ଅଞ୍ଚଳର ଜମିକ୍ରେତା, ବିକ୍ରେତା ଏବଂ ଓକିଲ ମାନେ ଅଫିସ୍‌ ଘେରାଇ କରି ବିରୋଧ କରିଛନ୍ତି । ଗତ ଅଗଷ୍ଟ ୧୧ରେ କୋମନା ତହସିଲ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନୀ ଓ ଭଉଣୀ କୁମୁଦିନୀ ପ୍ରଧାନୀଙ୍କ ଜମି ଜାଲିଆତି ଘଟଣାରେ ତତ୍କାଳୀନ କୋମନା ରେଜିଷ୍ଟ୍ରାର ତଥା ତହସିଲଦାର ସର୍ବେଶ୍ୱର ଜାଲ ଓ ଏଆସସିଷ୍ଟାଣ୍ଟ ରେଜିଷ୍ଟାର ରାମନାଥ ମିଶ୍ରଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ପରେ କୋମନା ଅତିରିକ୍ତ ତହସିଲଦାର ସେନିଆଶ୍ରୀ ମଲ୍ଲିକଙ୍କୁ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି। ଏବେ କୋମନା ସବ୍‌ ରେଜିଷ୍ଟ୍ରାର ଅଫିସରେ ଜମି ପଞ୍ଜୀକରଣକୁ ନେଇ କୋକୁଆ ଭୟ ଲାଗିରହିଛି । ଫଳରେ ଜମି ପଞ୍ଜୀକରଣ ଏକ ପ୍ରକାର ଠପ ହୋଇଛି । ରାଜ୍ୟ ସରକାର ସେମନା ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ସପ୍ତାହକୁ ଦୁଇଦିନପାଇଁ ନୂଆପଡ୪୨ଟି ଜମି ରେଜିଷ୍ଟ୍ରେସନ କରିବାକୁ ଅନୁମତି ଦେଇଛନ୍ତି । ଆଜି କୋମନା ଅଫିସରେ ୯୦ଟି ଜମି ରେଜିଷ୍ଟ୍ରେସନ ପାଇଁ କ୍ରେତା ଓ ବିଜେତା ଆଗୁଆ ସ୍ଲଟ ବୁକିଂ କରିଥିଲେ ।

କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ – ସମୀକ୍ଷା

କିନ୍ତୁ ଆଜି ଦିନ ତମାମ ବିଭାଗୀୟ ଅଧିକାରୀଙ୍କ ଅବହେଳା ରୁ ୩ଟି ଜମି ପଞ୍ଜୀକରଣ ହୋଇଥିବା ଅଭିଯୋଗ କରିଛନ୍ତି । ଆଜି ଜମି ପଞ୍ଜୀକରଣ ପାଇଁ ହାରାଧର ମାଝି, ଇମୋଦର ତାଣ୍ଡି, ସରତୀ ସୁନାନୀ, ସଂଗୀତା ଦୀପ ପ୍ରମୁଖ ଆସିଥିଲେ । ଏମାନେ ସମସ୍ତେ ନିୟମାନୁସାରେ ବିକ୍ରୟ ପାଇଁ ଆବଶ୍ୟକ ସମସ୍ତ କାଗଜାତ ଦାଖଲ କରିଥିଲେ । ସ୍ୱଟ ବୁକିଂ ବି ହୋଇଥିଲା କିନ୍ତୁବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପଞ୍ଜିକରଣ ହୋଇନଥିଲା । ଅପରାହ୍ନରେ ଜମି ତ୍ରେତା ଓ ବିଜେତାମାନେ ଅସନ୍ତୋଷ ପ୍ରକାଶ କରି ସବ୍‌ରେଜିଷ୍ଣୁର ଅଫିସ ଘେରାଉ କରିଥିଲେ । ଏହାକୁ କୋମନା ଓଳିକ ସଂଘ ସମର୍ଥନ କରିଥିଲେ । ଯଦି ଜମି ପଞ୍ଜୀକରଣ ହେବନାହିଁ, ତେବେ ଲୋକଙ୍କ ସ୍ୱଟବୁକ୍ତି କାହିଁକି ହେଉଛି ବୋଲି ଓକିଲମାନେ ପ୍ରଶ୍ନ କରିଥିଲେ । ଦିନକୁ ୨୭ଟି ଜମି ପଞ୍ଜୀକରଣ ହେବାର ନିୟମ ରହିଛି । ଆଜି ୧୦ଟି ସୂଟବୁଝି ହୋଇଥିଲା, କିନ୍ତୁ ମାତ୍ର ୩ଟି ଜମି ପଞ୍ଜୀକରଣ ହୋଇକା। ଫଳରେ କ୍ରେତା ଓ ବିକ୍ରେତାମନେ ନିରାଶ ହୋଇ ଫେରି ଯଇଛନ୍ତି । ସବ୍‌ ରେଜିଷ୍ଟ୍ରାର ଅଫିସରେ ସିସି ଟିଭି କାମ କରୁନଥିବାରୁ ଏଠି ଦଲାଲ ରାଜ ଚାଲିଥିବା ଓକିରଲ ମାନେ ଅଭିଯୋଗ କରିଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଆବଶ୍ୟନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ଏନେଇ କୋମନା ସବ୍‌ରେଜିଷ୍ଟ୍ରାର ତଥା ଅତିରିକ୍ତ ତହସିଲଦାର ସୋନିଆଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ