ମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର
ମଝି ଆକାଶରେ ଚରମ ସଙ୍କଟ ବେଳେ ଅଦମ୍ୟ ସାହସ ଦେଖାଇ ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ବୀର ପାଇଲଟ୍ଙ୍କୁ ସରକାରୀ ସମ୍ମାନ ମିଳିବା କ’ଣ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ବିଷୟ । ଫ୍ଲାଏଦୁବାଇର ସାହସୀ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ଅସାଧାରଣ ବୀରତ୍ୱ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇ ଗୁଜରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ରାଜ୍ୟର ସମ୍ମାନଜନକ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ କରାଯିବା ସହ ୨୫ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ନିଜ ଜୀବନକୁ ବାଜି ଲଗାଇ ଶହ ଶହ ପରିବାରର ସୁହାଗ ବଞ୍ଚାଇଥିବା ଏହି ବୀର ସନ୍ତାନଙ୍କ ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏଭଳି ନିସ୍ୱାର୍ଥପର ଦେଶପ୍ରେମୀ ଓ ବୀର ପାଇଲଟ୍ଙ୍କୁ ଜାତୀୟ ସ୍ତରରେ ମଧ୍ୟ ସର୍ବୋଚ୍ଚ ସାହସିକତା ପୁରସ୍କାର ମିଳିବା ଉଚିତ ।






