ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା:
ନୂଆପଡା, ତା. ୦୫-୧୦-୨୬ : ଜ଼ିଲ୍ଲାର ଖଡ଼ିଆଳ ସହର ରେ ଦିନରାତି ମାନସିକ ବିକୃତ କିଛି ମହିଳା ଓ ପୁରୁଷ ଙ୍କୁ ରାଜ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି l ମୌଳିକ ଅଧିକାର ସମସ୍ତ ଙ୍କ ପାଇଁ ସମାନ lପ୍ରଶାସନିକ ଅଧିକାରୀ କହନ୍ତୁ ବା ଜନସାଧାରଣ ସମସ୍ତେ ଏମିତି ବ୍ୟକ୍ତି ଙ୍କୁ ଘୃଣା ମନୋଭାବ ପୋଷଣ କରୁଥିବା ଦେଖା ଯାଏ l ତା ସହିତ ଏମାନ ଙ୍କ ମଇଳା ଫଟା ବସ୍ତ୍ର ପିନ୍ଧା ତଥା ବିକୃତ ବେଶ ଦେଖି ସ୍କୁଲ କଲେଜ ଛାତ୍ର ଛାତ୍ରୀ ଏହି ବିକୃତ ଙ୍କ ପ୍ରତି ଆହା ମନୋଭାବ ହ୍ରାସ ହେବା ସହ ଛାତ୍ର ଛାତ୍ରୀ ଙ୍କ ମାନସିକ ବ୍ୟାଘାତ ହେଉ ଥିବା ଶୁଣିବାକୁ ମିଳୁଛି l କଥାରେ ବା ସ୍ଲୋଗାନ ରେ ଶୁଣୁ “ମାନବ ମାତ୍ରକେ ଏକ ସମାନ, ବିକୃତ ଙ୍କ ପ୍ରତି କାହିଁ ଏ ଅପମାନ” l

ସତରେ ଏହି ନାରା ଶୁଣିଲେ ଆମେ ମଣିଷ ନିଜକୁ ନିଜେ ପରିହାସ କରୁଥିବା ମେହେସୁସ ହୋଇଥାଏ l ସୂଚନା ଅନୁସାରେ ସକାଳୁ ସନ୍ଧ୍ୟା ସଦାବେଳେ ଖଡିଆଳ ର ଗଳିକନ୍ଦି ରେ ଉକ୍ତ ବ୍ୟକ୍ତି ବିଶେଷ ଙ୍କୁ ବୁଲୁଥିବା ଦେଖିବାକୁ ପାଇବେ l ଖାଦ୍ୟ, ବସ୍ତ୍ର, ବାସଗୃହ ଏକ ଜନମଙ୍ଗଳ ରାଷ୍ଟ୍ର ରେ ସମସ୍ତ ଙ୍କ ମୌଳିକ ଅଧିକାର ଥିଲାବେଳେ ସରକାର ଙ୍କ ମାଳ ମାଳ ଯୋଜନା ରେ କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଛି l ସମାଜରୁ ବହିସ୍କୃତ ମାନସିକ ବିକୃତ ବ୍ୟକ୍ତି ସମୂହଙ୍କୁ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ଅଣଦେଖା କରାଯାଉଛି l ଜୀବନ ର ମୂଲ୍ୟ ସମସ୍ତ ଙ୍କ ପାଇଁ ସମାନ, ଏହା ଅନମୋଲ ଅଟେ,ତେବେ ଏମାନଙ୍କ ପାଇଁ ସରକାରୀ ସହାୟତା କିମ୍ବା ମୌଳିକ ଅଧିକାର ର ଉପଭୋଗରେ ଗୃହ ,ବସ୍ତ୍ର,ଅନ୍ନ କୁ ନେଇ କେତେଯେ ଯୋଜନା ଅଛି ତାହା ବେହିସାବ l ଖଡିଆଳ ସହର ରେ ମାନସିକ ବିକୃତି ଥିବା ମହିଳା ଓ ପୁରୁଷ ଦିନ ରାତି ରାଜରାସ୍ତାରେ ବୁଲୁଥିବା ସୂଚନା ଥିବାବେଳେ ଏହି ମାନସିକ ବିକୃତି ଥିବା ବ୍ୟକ୍ତି ଙ୍କ ଶୀଘ୍ର ଥଇଥାନ ପାଇଁ ଜନସାଧାରଣ ଦାବୀ କରିଛନ୍ତି l





