ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

୭ ତାରିଖରେ ରାଜ୍ୟ ସ୍ତରୀୟ ସେବା ଜ୍ୟୋତି ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

୭ ତାରିଖରେ ରାଜ୍ୟ ସ୍ତରୀୟ ସେବା ଜ୍ୟୋତି ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା:

ଖୋର୍ଦ୍ଧା ୫/୧୦/୨୬ , ବାଟ ମଙ୍ଗଳା ଛକ ସନ୍ନିକଟ ଗ୍ରାମ୍ୟ ଉନ୍ନୟନ ଡ଼ାକ ବଙ୍ଗଳାରେ ରାଜ୍ୟସ୍ତରୀୟ ସେବା ଜ୍ୟୋତି କାର୍ଯ୍ୟକ୍ରମ ତଥା ପଦ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ସମବାୟ, ବୟନ ,ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ସୁଚାରୁ ରୂପେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ l

୭ ତାରିଖରେ ରାଜ୍ୟ ସ୍ତରୀୟ ସେବା ଜ୍ୟୋତି ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା

ବୈଠକରେ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ବିଧାୟକ, ଖୋରଧା ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ,ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରାମାର ସ୍ମିଥ ପାରୁଶୋତ୍ତମ ଦାସ,ଅତିରିକ୍ତ ଜିଲ୍ଲାପାଳ,ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ,ବହୁ ଅଧିକାରୀ ଏବଂ ଭାଜପା କର୍ମକର୍ତ୍ତା ଶ୍ରୀ ନିକୁଞ୍ଜ କିଶୋର ପଟ୍ଟନାୟକ,ଶ୍ରୀ ଦିଲ୍ଲୀପ ହୋତା ପ୍ରମୁଖ ଯୋଗ ଦେଇଥିଲେ l ଆସନ୍ତା ୭ ତାରିଖ ସକାଳ ୯ ଘଟିକା ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉକ୍ତ ରାଜ୍ୟସ୍ତରୀୟ ସେବା ଜ୍ୟୋତି ପଦଯାତ୍ରାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ