ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କଲେ

୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କଲେ – ସମୀକ୍ଷା ଖବର

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ/ ସମୀକ୍ଷାନିୟୁଜ/ ବାଲିଗୁଡ଼ା ତା- ୧୫/୦୮/୨୦୨୬ ଦେଶର ୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ଉତ୍ସାହ ଓ ଦେଶାତ୍ମକ ବୋଧର ପରିବେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଉତ୍ସବରେ ବାଲିଗୁଡା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗିତ ଗାନ କରାଯାଇଥିଲା । ଏହା ପରେ ସ୍ୱାଧିନତା ସଂଗ୍ରାମୀ ସଂଗ୍ରାମୀ ଓ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ବିଭିନ୍ନ ବିଦ୍ୟାଳୟ, ସ୍କୁଲ କଲେଜର ଛାତ୍ରଛାତ୍ର, ସରକାରୀ ଅଧିକାରୀ ବିଭିନ୍ନ ବିଭାଗର କର୍ମଚାରୀ, ସାମାଜିକ ସଂଗଠନ ବରିଷ୍ଠ ନାଗରିକା ଓ ସ୍ଥାନିୟ ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଉତ୍ସବର ମୁଖର ହୋଇଥିଲା I ମୁଖ୍ୟ ଅତିଥି ନିଜ ଉପବୋଧନରେ ଦେଶର ଏକତା , ଭାଇଚାରା, ଶାନ୍ତି ଓ ବିକାଶ ପାଇଁ ସମସ୍ତେ ନିଜନିଜ କର୍ତ୍ତବ୍ୟ ଠିକ ଭାବେ ପାଳନ କଲେ ଦେଶର ଉନ୍ନତି ବୋଲି କହିଥିଲେ । ଛାତ୍ରଛାତ୍ରୀ ଦେଶ ଭବିଷ୍ୟତ, ତେଣୁ ତାଙ୍କ ପ୍ରତି ଶିକ୍ଷିକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ I

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୁବର୍ଣ୍ଣପୁର: ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ