ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଟିଟିଲାଗଡ଼ ମାତୃ ଓ ଶିଶୁ ହସ୍ପିଟାଲରେ ଅମାନବୀୟ କାଣ୍ଡ: ରୋଗୀଙ୍କୁ ଦିଆଯାଉଛି ପୋକଭରା ବ୍ରେଡ୍

ଟିଟିଲାଗଡ଼ ମାତୃ ଓ ଶିଶୁ ହସ୍ପିଟାଲରେ ଅମାନବୀୟ କାଣ୍ଡ: ରୋଗୀଙ୍କୁ ଦିଆଯାଉଛି ପୋକଭରା ବ୍ରେଡ୍ – ସମୀକ୍ଷା ଖବର

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:

ଟିଟିଲାଗଡ଼ ମାତୃ ଓ ଶିଶୁ ହସ୍ପିଟାଲରେ ଅମାନବୀୟ କାଣ୍ଡ: ରୋଗୀଙ୍କୁ ଦିଆଯାଉଛି ପୋକଭରା ବ୍ରେଡ୍ – ସମୀକ୍ଷା

ଟିଟିଲାଗଡ଼,5/10/2026, ସମୀକ୍ଷା ନ୍ୟୁଜ୍ : ରୋଗରୁ ଆରୋଗ୍ୟ ପାଇଁ ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ, ହସ୍ପିଟାଲ ଭିତରେ ତାଙ୍କୁ ମିଳୁଛି ମରଣଯନ୍ତା ସଦୃଶ ନିମ୍ନମାନର ଖାଦ୍ୟ। ଟିଟିଲାଗଡ଼ ସହର ନିକଟସ୍ଥ ପିପଲପଦର ଗ୍ରାମ ନିକଟରେ ଥିବା ନୂତନ ମାତୃ ଓ ଶିଶୁ ବିଭାଗ ମୁଖ୍ୟ ଚିକିତ୍ସାଳୟରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲରେ ଚିକିତ୍ସାଧୀନ କୁନି ଶିଶୁ ରୋଗୀଙ୍କଠାରୁ ଆରମ୍ଭ କରି ବୟସ୍କ ରୋଗୀମାନଙ୍କୁ ସକାଳ ଜଳଖିଆରେ ପୋକ ସାଲୁବାଳୁ ହେଉଥିବା ବ୍ରେଡ୍ ପରସା ଯାଇଥିବା ଅଭିଯୋଗ ହୋଇଛି।ପେକେଜ୍ ଖୋଲିବା ପରେ ବାହାରିଲା ପୋକ ଓ ଦୁର୍ଗନ୍ଧ,ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ମାତୃ ଓ ଶିଶୁ ବିଭାଗ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଜଳଖିଆ ବାବଦକୁ ପାରୁଟି ବା ବ୍ରେଡ୍ ଯୋଗାଇ ଦିଆଯାଇଥିଲା। ‘ମା’ ଘଣ୍ଟାଶୁଣି ସ୍ୱୟଂ ସହାୟକ ଗୋଷ୍ଠୀ’ (SHG) ପକ୍ଷରୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା।ତେବେ ରୋଗୀମାନେ ବ୍ରେଡ୍ ପେକେଜ୍ ଖୋଲି ଖାଇବାକୁ ବସିବା ପରେ ସେଥିରୁ ଦୁର୍ଗନ୍ଧ ବାହାରିଥିଲା ଏବଂ ଭିତରେ କୀଟ ଓ ପୋକ ସାଲୁବାଳୁ ହେଉଥିବା ଦେଖିବାକୁ ମିଳିଥିଲା। ଜଣେ କିମ୍ବା ଦୁଇଜଣ ନୁହେଁ, ଅନେକ ରୋଗୀ ଏହି ପୋକଭରା ବ୍ରେଡ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।କେବଳ ଅର୍ଥ ଲୋଭରେ ‘ମା’ ଘଣ୍ଟାଶୁଣି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏଭଳି ଅତି ନିମ୍ନମାନର ତଥା ଅଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ନିରୀହ ଶିଶୁ ଓ ମା’ମାନଙ୍କ ଜୀବନ ସହ ଏପରି ଖେଳ ଖେଳାଯାଉଥିଲେ ମଧ୍ୟ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଏହି ଗୁରୁତର ଘଟଣାକୁ ହାଲୁକା ଭାବରେ ନେଇଥିବା ଦେଖିବାକୁ ମିଳିଛି, ଯାହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ଟିଟିଲାଗଡ଼ ମାତୃ ଓ ଶିଶୁ ହସ୍ପିଟାଲରେ ଅମାନବୀୟ କାଣ୍ଡ: ରୋଗୀଙ୍କୁ ଦିଆଯାଉଛି ପୋକଭରା ବ୍ରେଡ୍ – ସମୀକ୍ଷା


ଡାକ୍ତରଖାନା ଭିତରେ ରୋଗୀଙ୍କୁ ଏଭଳି ବିଷାକ୍ତ ଓ ପୋକଭରା ଖାଦ୍ୟ ଯୋଗାଇବା ଘଟଣା ପଛରେ ରହିଥିବା ରହସ୍ୟ ଉପରୁ ପରଦା ହଟାଇବା ଜରୁରୀ ହୋଇପଡ଼ିଛି। ତେଣୁ ଏହି ଘଟଣାରେ ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଟିଟିଲାଗଡ଼ ମାତୃ ଓ ଶିଶୁ ବିଭାଗ କର୍ତ୍ତୃପକ୍ଷ ତଥା ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଦାବି କରିଛନ୍ତି। ଦେଖା ଯାଉ ପ୍ରଶାସନ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁ ଅଛନ୍ତି ଦେଖିବାକୁ ବାକି ରହିଲା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଦିବାସୀଙ୍କୁ ଜଙ୍ଗଲ ଜମି ଆଇନରେ ଘରଡ଼ିହ ଓ ଜମି ପଟ୍ଟା ପ୍ରଦାନ ଦାବି ; ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ରାଷ୍ଟ୍ରୀୟ ଦଳିତ ମହାସଂଘ