ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବିର୍ସା ଆଥେଲେଟିକ ଆସୋସିଏସନର ନୂତନ ଅଫିସ ଉଦ୍ଘାଟନ ଅବସରରେ ରକ୍ତ ଦାନ ଶିବିର

ବିର୍ସା ଆଥେଲେଟିକ ଆସୋସିଏସନର ନୂତନ ଅଫିସ ଉଦ୍ଘାଟନ ଅବସରରେ ରକ୍ତ ଦାନ ଶିବିର – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନ୍ୟୁଜ/ତା-୧୪-୦୮-୨୦୨୬ରିଖ (ଶୁକ୍ରବାର): ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସାର୍ଗିବାହାଲ ଠାରେ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ ବିର୍ସା ଆଥେଲେଟିକ ଆସୋସିଏସନ ର ନୂତନ କାର୍ଯ୍ୟାଳୟ ର ଶୁଭ ଉଦ୍ଘଟାନ ଉତ୍ସଵ ଖୂବ୍ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇଥିଲା। ବିର୍ସା ଆଥେଲେଟିକ ଆସୋସିଏସନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗ ଦେଇ ଫିତା କାଟି ଉଭୟ ନୂତନ ଗୃହ ଓ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ସମ୍ବାନୀତ ଅତିଥି ଭାବରେ ବିଜେପି ଯୁବ ନେତା ଶ୍ରୀ ପ୍ରୀତିଶ ବହିଦାର, ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ବିର୍ସା ଆଥେଲେଟିକ ଆସୋସିଏସନ ର ସଭାପତି ଆକାଶ ମେହେର , ତେଜରାଜ ସାହୁ ଓ ଅନ୍ୟ ବରେଣ୍ୟ ଅତିଥି ମାନେ ମଞ୍ଚାସିନ ଥିଲେ। ସମସ୍ତ ସଦସ୍ୟ ସଦସ୍ୟା ମାନେ ନିଜେ ରକ୍ତ ଦାନ କରିଥିଲେ। ପଦ୍ମପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ବିର୍ସା ଆଥେଲେଟିକ ଆସୋସିଏସନ ର ସଦସ୍ୟ ସଦସ୍ୟା ଙ୍କୁ ଏକ ସ୍ମୃତି ଫଳକ ଦେଈ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ବିର୍ସା ଆଥେଲେଟିକ ଆସୋସିଏସନ ସଭାପତି ଆକାଶ ମେହେର,ସମ୍ପାଦକ ବୁଲୁ ମେହେର, କୋଷାଧ୍ୟକ୍ଷ ଗୁରୁ ଦେବ ମେହେର ନିଷ୍ଠା ପରିବାର ର ଲବ ସାହୁ, ଜିତେନ ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ