ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ

ସମ୍ବଲପୁର, ୦୭/୧୦/୨୦୨୬: ସମ୍ବଲପୁରସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ଓଡ଼ିଶା ଶାଖା ପକ୍ଷରୁ ଗତ ୦୬/୧୦/୨୦୨୬ ତାରିଖରେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ତଥା ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଏକାଡେମୀର ଜାତୀୟ ସଭାପତି ପ୍ରଫେସର ଡ. ଏସ୍. ପି. ସୁମନକ୍ଷରଙ୍କ ୮୭ତମ ଜନ୍ମଦିନ ମଧ୍ୟ ଉତ୍ସାହର ସହ ପାଳନ କରାଯାଇଥିଲା। ରାଜ୍ୟ ସଭାପତି ପ୍ରେମରାଜ ନିଆଲ (ନିହାଲ ସିଂ) ସଭାରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ କ୍ଷେତ୍ରମଣି ବିଭାର ଉପସ୍ଥିତ ଅତିଥି ଓ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ପଦ୍ମଶ୍ରୀ ଡ. ହଳଧର ନାଗ, ଡ. ସୁଶିଲ କୁମାର ବେହେରା, ଜୟଶଙ୍କର ଶର୍ମା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସଂଜୁଲତା ନାୟକଙ୍କ ସମେତ ଏକାଡେମୀର ବହୁ କର୍ମକର୍ତ୍ତା ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ।
ବକ୍ତାମାନେ ଦଳିତ ସାହିତ୍ୟ, ସାମାଜିକ ସମାନତା, ସମାଜ ସଂସ୍କାର ଏବଂ ଅବହେଳିତ ବର୍ଗଙ୍କ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦଳିତ ସାହିତ୍ୟ ସମାଜର ଅବହେଳିତ ଓ ନିଷ୍ପେଷିତ ବର୍ଗଙ୍କ ଅନୁଭୂତି, ସଂଘର୍ଷ ଓ ଅଧିକାରର ସ୍ୱର ହୋଇଥିବାରୁ ସମାଜ ପରିବର୍ତ୍ତନରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା।

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା


ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାମାନଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସମ୍ପାଦକ ଶିବ ଶଙ୍କର ପ୍ରଧାନ, ଅପରାଜିତା ବେହେରା ଓ ଧର୍ମରାଜ ପ୍ରଧାନ ପ୍ରମୁଖ ସଞ୍ଚାଳନ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏକାଡେମୀର କର୍ମକର୍ତ୍ତା, ସାହିତ୍ୟିକ, ସମାଜସେବୀ ଓ ସାହିତ୍ୟପ୍ରେମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଡ଼ଭାନୀଙ୍କୁ ଭେଟିଲେ ମୋଦୀ