ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ନେଇ ଦିଗପହଣ୍ଡି ବନ୍ଦ ପାଳନ

ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ନେଇ ଦିଗପହଣ୍ଡି ବନ୍ଦ ପାଳନ – ସମୀକ୍ଷା ଖବର


ଜିତେନ୍ଦ୍ର ଗୌଡ଼ /ଦିଗପହଣ୍ଡି ସାମ୍ବାଦିକ /ସମୀକ୍ଷା ନ୍ୟୁଜ :

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ MMDR ଆଇନ ପ୍ରତ୍ୟାହାର ଜ୍ଞାନେଶ କୁମାର ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଦିଗପହଣ୍ଡି ରେ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ ହଇଛି l
ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ନେଇ ଦିଗପହଣ୍ଡିରେ NAC ଓ ବ୍ଲକ ଅଞ୍ଚଳ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଥିଲା ବନ୍ଦ ସମର୍ଥକ କୁ ନେଇ ବିଭିନ୍ନ ରାଜନୀତି ଦଳର ସଂଗଠନିକ କର୍ମକର୍ତା ମାନେ ଏକତ୍ରିତ ହୋଇ ନିଜନିଜ ମତ ପ୍ରକାଶ କରିଥିଲେ l ଗଣତାନ୍ତ୍ରିକ ଅଧିକାର କୁ ଦୁର୍ବଳ କରିବାର ପ୍ରୟାସ ଓ ଓଡିଶା ର ଖଣିଜ ସମ୍ପଦ ଶୋଷଣ କରିବା ବିରଧରେ ଆଜିର ଓଡିଶା ବନ୍ଦ ଏକ ଗଣତାନ୍ତ୍ରିକ ପ୍ରତିବାଦ ରେ ରାଜ୍ୟବାସୀଙ୍କ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା,ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରାଯିବା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା, ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍‌ ରଦ୍ଦ କରାଯିବା ସହ ଦେଶର ଶ୍ରମିକ କୃଷକ, ଯୁବକ,ମହିଳା,ଆଦିବାସୀ,ସଂଖ୍ୟାଲଘୁ,ଦଳିତ ଓ ବୁଦ୍ଧିଜୀବୀଙ୍କ ଉପରେ ଚରମ ଆକ୍ରମଣ ବନ୍ଦ କରାଯିବା ପ୍ରମୁଖ ଜନ ଦାବି ପୂରଣ ପାଇଁ ଏହି ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ କଂଗ୍ରେସ, ସିପିଆଇ,ସିପିଆଇ(ଏମ)ର ବହୁସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ କର୍ମୀ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।

ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ନେଇ ଦିଗପହଣ୍ଡି ବନ୍ଦ ପାଳନ – ସମୀକ୍ଷା

ଫଳରେ ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ପ୍ରଭୃତି ଅଞ୍ଚଳକୁ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ୍‌ ଚଳାଚଳ ବନ୍ଦ ରହିଥିଲା। ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ବାମପନ୍ଥୀ ନେତା ବିଘ୍ନେଶ୍ୱର ସାହୁ, ବୃନ୍ଦାବନ ପଣ୍ଡା, ସିପିଆଇ(ଏମ)ର ପୂର୍ବତନ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ ପ୍ରମୁଖ ଉଦବୋଧନ ଦେଇଥିଲେ। ପରେ ଦଳୀୟ କର୍ମୀ ବୃନ୍ଦ ବାଇକ୍‌ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦୋକାନ ବଜାର,ସ୍କୁଲ କଲେଜ, ଅଫିସ ଦପ୍ତର ବନ୍ଦ କରିଥିଲେ। ଏନ୍‌ଏସି କାଉନସିଲର ଦୀପକ ମିଶ୍ର, ସୁନୀଲ ପଣ୍ଡା, ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼, ଅଭିମନ୍ୟୁ ଜାନି, ଗୋବିନ୍ଦ ପାଣିଗ୍ରାହୀ, ସିପିଆଇ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର, ଶାଖା ସମ୍ପାଦକ ତପନ କୁମାର ମିଶ୍ର, ପ୍ରକାଶ ସେଠୀ, ହରପ୍ରସାଦ ରଥ, ସିପିଆଇ ବଡ଼ ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥୀ, ଦୈତାରୀ ରେଡ୍ଡୀ, ସିପିଆଇ(ଏମ୍‌) କାର୍ଯ୍ୟକର୍ତ୍ତା ସୁଶାନ୍ତ ଷଡ଼ଙ୍ଗୀ, ଭି.ସୁଦର୍ଶନ ରାଜୁ, ଶଶୀ ଭୂଷଣ ରଥ, ପି.ଶିବଶଙ୍କର, ସମ୍ଭବ କୁମାର ତ୍ରିପାଠୀ, ରସାନନ୍ଦ ରାଉତ, ଶଙ୍କର ରାଓ, ମୂଷା ବେହେରା,ଏମ. ବାଇନାଥ, ମଣ୍ଟୁ ପାତ୍ର, ବାଲ୍ମିକୀ ବେହେରା, ଗୌରଚନ୍ଦ୍ର ପୂଜାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ସଂଖ୍ୟକ ଦଳୀୟ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗନ୍ଦିଆ: କିଡ଼ନୀ ଓ ଲିଭର ଦାନ କରିଥିବା ମୃତକ ଦୁର୍ଗାବତୀଙ୍କୁ ରାଜ୍ୟ ସମ୍ମାନ ପ୍ରଦାନ