ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ତା ୧୦/୧୦/୨୬
ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଅନ୍ତର୍ଗତ ବିଜଘାଟ ଗ୍ରାମରେ ଶୁକ୍ରବାର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ବିଜେଡି (ମାଇନୋରିଟି ସେଲ) କାର୍ଯ୍ୟକାରୀ ସଭାପତି ଡକ୍ଟର ଅମଜଦ ଖାଁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସନ୍ନ୍ୟାସୀ ପୁଟେଲ, ବିଜେଡି ଯୁବନେତା ନିର୍ମଳ ଯାନୀ, ଟୁନା ମେହେର, ବିଷ୍ଣୁ ସାହୁ, ସୁଭାଷ ଛୁରା, ଗଜମନ ରଣା, ବାଲି ରଣାଙ୍କ ସହ ବିଜେଡିର ଗାଁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ଡକ୍ଟର ଖାଁ ଘରେ ଘରେ ବୁଲି ଲୋକଙ୍କୁ ଭେଟିବା ସହ ବିଜେପି ଡବଲ ଇଞ୍ଜିନ ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।






