ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି/ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡା ଜିଲ୍ଲା : ତାରିଖ-09-10-2026 ସଦର ବ୍ଲକ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲଆପାଣି ବିଜରାଡିହି ଗାଁ ରେ ସ୍ବୟଂ ସହାୟିକା ଗୋଷ୍ଠୀର ମାନଙ୍କ ଦ୍ବାରା ଆୟୋଜିତ ସ୍ବଚ୍ଛତା, ପରିବେଶ ସୁରକ୍ଷା ଓ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଗାଁ ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମର ପ୍ରଥମ ପର୍ଯାୟ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଦିତୀୟ ପର୍ଯାୟରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ମୂଖ୍ଯ ଅତିଥି ରୂପେ ଯୋଗଦେଇ ଥିଲେ । ଆଦିବାସୀ ଗଣ୍ତ ସମାଜ ର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମାନଙ୍କ ଆହ୍ବାନ କ୍ରମେ ଆୟୋଜିତ ଆଜିର ସଭା ସଂସ୍କୃତି ଓ ପରମ୍ପରା ସହିତ ପରିବେଶ ସୁରକ୍ଷା ପାଇଁ ଅଧିକ ଯତ୍ନଶୀଳ ଥିବା ଗ୍ରାମରେ ସମ୍ମାନିତ ଅତିଥି ଭାବରେ ଅନିଳ ନାଏକ,ନୂଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରୋହିତ କୁମାର ଭୋଇ,ଦର୍ଲିମୁଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଧା,ସମିତି ସଭ୍ଯ ଅଶୋକ କୁମାର ଦଣ୍ଡସେନା ,ଖଲିଆପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର କୁମାର ପରିଡା ,ଲୋକଦୃଷ୍ଟି ବ୍ଳକ ସଂଯୋଜକ ଅଶ୍ବିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭିନ୍ନ ପ୍ରକାରର ସ୍ବଚ୍ଛତା ଅଭ୍ୟାସ ଅବଲମ୍ବନ କରିବା ପାଇଁ ନିବେଦନ କରିଥିଲେ ।

ପରିବେଶ ସୁରକ୍ଷା ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ମା ପାଇଁ ଗଛ ଟିଏ ଲଗାଇବା,ଗାଁ କୁ ପଲିଥିନ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ରୁ ମୁକ୍ତ କରିବା ପାଇଁ ପ୍ରାକୃତିକ କାଗଜ ଠୁଙ୍ଗା,କପଡା ବ୍ଯାଗ ବ୍ୟବହାର ପାଇଁ ଜିଲ୍ଲାପାଳ ମଧୁସୂଦନ ଦାସ ଆହ୍ବାନ କରିଥିଲେ ।ଜିଲ୍ଲାପାଳ ଙ୍କ ଲୋକ ଅଭିମୁଖୀ କାର୍ଯ୍ଯ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ ରେ ନୂଆପଡା କୁ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିବା ଓ ସମଗ୍ର ନୂଆପଡା କୁ ବିକାଶ ପଥରେ ଆଗେଇ ନେବା,ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇ ଥିବାରୁ ସ୍ବୟଂ ସହାୟିକା ଗୋଷ୍ଠୀର ମା ମାନେ କୃତଜ୍ଞତା ଜ୍ଞାପନ କରିଥିଲେ ।ଏ ଅବସର ରେ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ବିଜରାଡିହି ପ୍ରାଥମିକ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀଙ୍କୁ ଗଛ ଲଗାଇବାକୁ ପ୍ରେରଣା ଯୋଗାଇ ଥିଲେ । ଛାତ୍ର ଜୀବନ ରୁ ପରିବେଶ ସୁରକ୍ଷାର ସଂକଳ୍ପ ନେବାକୁ ଜିଲ୍ଲାପାଳ ଆହ୍ବାନ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ଗତକାଲିର ବଦଳି ଖବର ଶୁଣି ଆଜିର ସଭାଟି ଏକପ୍ରକାର ବିଦାୟକାଳୀନ ସଭାରେ ପରିଣତ ହୋଇ ଥିଲା । ତାଙ୍କର କାର୍ଯ୍ୟକାଳ ରେ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ ହୋଇ ଥିବା ମା ମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧିନା ଓ ଅଭିଭାଷଣ ରେ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇ ଥିଲ। ଆଜିର କାର୍ଯ୍ୟକ୍ରମ ରେ ଶିକ୍ଷକ ଦିନବନ୍ଧୁ ରାଉତ,ହିରାସିଂ ମାଝୀ,ଦେଓଲାଲ ଦଣ୍ଡସେନା ସମେତ ଚାରିଟି ସ୍ବୟଂ ସହାୟିକ। ଗୋଷ୍ଠୀର ମା ମାନେ,ଗ୍ରାମଵା ସୀ ,ଗଣେଶ କମିଟୀ ବିଜରାଡିହି,ନେତାଜୀ ସୁଭାଷଚନ୍ଦ୍ର ବୋଷ କ୍ଳବ ର ସଭ୍ୟମାନେ ସହଯୋଗ କରିଥିଲେ ।





