ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ

ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ – ସମୀକ୍ଷା ଖବର

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:

ବହୁ ପ୍ରତିକ୍ଷୀତ ଛାତ୍ରସଂସଦ ନିର୍ବାଚନରେ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା କଡ଼ା ସୁରକ୍ଷାରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରସଂସଦର ଏହି ନିର୍ବାଚନରେ ବିଭିନ୍ନ ସଂସଦ ପାଇଁ ସମୁଦାୟ ୫୦ଜଣ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ବିଧିବଦ୍ଧ ଭାବରେ ଯାଞ୍ଚ ପରେ କାଏମ ରହିଛି। ତେବେ ନାଟ୍ୟସଂସଦର ସହ ସମ୍ପାଦିକା ପ୍ରାର୍ଥୀ ରୂପେ ବିଜୟଲକ୍ଷ୍ମୀ ସାହୁ ଓ ପତ୍ରିକା ସହସମ୍ପାଦକ ରୂପେ ଅଙ୍କିତା ପ୍ରିୟଦର୍ଶିନୀ, ଦିବ୍ୟାଧୟୀ ଛାତ୍ର ସଂସଦର ସ‌ହ ସମ୍ପାଦକ ରୂପେ ସାଇନ୍ ଅଞ୍ଜୁମ୍ ବେଗମ୍, ବିଏଜ କମନ୍‌ରୁମ୍ ସହ ସମ୍ପାଦକ ରୂପେ ସୁନୀଲ ନାୟକ, ଗାର୍ଲସ କମନ୍ରୁମ୍ ସହସମ୍ପାଦକ ଧରିତ୍ରୀ ଦାଶ, ହ୍ୟୁମାନ୍ ସୋସାଇଟିର ସ‌ହସମ୍ପାଦକ ପଦରେ ଅଭିଜିତ୍ ବେହେରା ଙ୍କ ବିରୋଧରେ କେହି ପ୍ରାର୍ଥୀ ହୋଇନଥିବାରୁ ପ୍ରଥମ କରି ସେ ନିଦ୍ଵନ୍ଦରେ ନିର୍ବାଚିତ ହେବେ ବୋଲି ଜଣାଯାଇଛି। ଛାତ୍ର ସଂସଦ ନିର୍ବାଚନରେ ସଭାପତି ପାଇଁ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ‌ତ୍ର କାଏମ ରହିଥ‌ିବାବେଳେ ଏହି ପ୍ରତିଦ୍ବନ୍ଦିତାରେ ସୌମ୍ୟରଞ୍ଜନ ସ୍ବାଇଁ, ଅରୁନ୍ଧତି ରାଉତ, ସନ୍ତୋଷ କୁମାର ଭୂୟାଁ, ବଦ୍ରିନାରାୟଣ ଦିବ୍ୟଜ୍ୟୋତି ସାହୁ, ସାହିଲ ଆୟନ୍ ଖାଁ ସଭାପତି ରୂପେ ପ୍ରତିଦ୍ବନ୍ଦିତା କରିବେ ବୋଲି କୁହାଯାଇଛି। ସେହିପରି ଉପସଭାପତି ରୂପେ ୪ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଜାୱେଦ ଖାଁ, ଜ୍ଞାନରଞ୍ଜନ ଜେନା, ଶୋଭନ୍‌ ସ୍ବରୂପ ମିଶ୍ର, ଆଶିଷ ଲେଙ୍କା ଉପସଭାପତି ରୂପେ ପ୍ରତିଦ୍ବନ୍ଦିତା କରିବେ। ସେହିପରି କଲେଜ ଛାତ୍ରସଂସଦର ସମ୍ପାଦକ ରୂପେ ୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଥ‌ିବାବେଳେ ମନମୋହନ ସେଠୀ, ଦେବଦତ୍ତ ବସ୍ତିଆ, ଶୁଭଲକ୍ଷ୍ମୀ ମଲ୍ଲ, ଦେବସ୍ମିତା ନାୟକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ।

ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ – ସମୀକ୍ଷା

ସେହିଭଳି ଛାତ୍ର ସଂସଦର ସ‌ହ ସମ୍ପାଦକ ରୂପେ ସେକ୍ ଫରହାନ୍ ଅଲ୍ଲି, ମାନସ ରଞ୍ଜନ ସାହୁ, ବୈଦୁର୍ଯ୍ୟ ବଳ, ଅନୁସୂୟା ଜେନାଙ୍କ ନାମ କାଏମ ରହିଥିବାବେଳେ ନାଟ୍ୟ ସଂସଦର ସମ୍ପାଦକ ରୂପେ କମଳାକାନ୍ତ ପଣ୍ଡା, ଶୁଭଶ୍ରୀ ଶୁଭସ୍ମିତା ସାହୁ, ଆଶୁତୋଷ ଜେନାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ସେହିପରି କ୍ରୀଡ଼ା ସଂସଦର ସମ୍ପାଦକ ରୂପେ ହରପ୍ରିୟା ସିଂହ, ସୌମ୍ୟରଞ୍ଜନ ପଣ୍ଡା, ସାହେବ ଶୁଭମ୍ ସାହୁ ପ୍ରତିଦ୍ବନ୍ଦିତା କରିବେ। କ୍ରୀଡ଼ା ସଂସଦର ସ‌ହ ସମ୍ପାଦକ ରୂପେ ସାର୍ଥକ ପ୍ରଧାନ, ରୁଦ୍ରପ୍ରସାଦ ବେହେରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଥ‌ିବା ଜଣାଯାଇଛି। ସେହିପରି ଦିବ୍ୟାଧ୍ୟାୟୀ ଛାତ୍ରସଂସଦ ସମ୍ପାଦକ ପଦରେ ଭାଗ୍ୟଶ୍ରୀ ରାଉତରାୟ, ସ୍ବୟଂ ସ୍ବରୂପ ରାଉତ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସହ ସମ୍ପାଦକ ରୂପେ ସାଇନ୍‌ ଅଞ୍ଜୁମ୍ ବେଗମ୍ ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନପତ୍ର କାଏମ ରହିଛି। ସେହିପରି ବଏଜ୍ କମନ୍‌ରୁମ୍ ର ସମ୍ପାଦକ ରୂପେ ପ୍ରଭାତ ସାହୁ, ଅଚ୍ୟୁତାନନ୍ଦ ଖୁଣ୍ଟିଆ ପ୍ରତିଦ୍ବନ୍ଦିତା କରିବେ। ସହ ସମ୍ପାଦକ ରୂପେ ଏକମାତ୍ର ପ୍ରାର୍ଥୀ ସୁନୀଲ ନାୟକ ନିଦ୍ଵନ୍ଦରେ ନିର୍ବାଚିତ ହେବେ। ଗାର୍ସ କମନ୍ ରୁମ୍ ସମ୍ପାଦକ ରୂପେ ନାସିଫା ଜରବିନ୍, ୟାସ୍‌ମିନ୍ ମିର୍ଜା, ସ୍ଥିତିପ୍ରଜ୍ଞା ପ୍ରତାପ ପ୍ରତିଦ୍ବନ୍ଦିତା କରୁଥିବାବେଳେ ଧରିତ୍ରୀ ଦାଶ ଏକମାତ୍ର ସହସମ୍ପାଦକ ପ୍ରାର୍ଥୀ ରୂପେ ନିଦ୍ଵନ୍ଦରେ ନିର୍ବାଚିତ , ସେହିପରି ବିଜ୍ଞାନ ସଂସଦ ସମ୍ପାଦକ ପଦରେ ସତ୍ୟବ୍ରତ ନନ୍ଦ, ସାଇ ସତ୍ୟଶ୍ରୀ ଦାଶ, ଅଭିଷେକ ନାୟକ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସ‌ହ ସମ୍ପାଦକ ରୂପେ ସତ୍ୟପ୍ରକାଶ ଦାଶ, ଐଶ୍ବର୍ଯ୍ୟା ଦାଶ ପ୍ରତିଦ୍ବନ୍ଦିତା କରୁଛନ୍ତି। ବାଣିଜ୍ୟ ସଂସଦର ସମ୍ପାଦକ ରୂପେ ଶଶିକାନ୍ତ ବେହେରା, ରୋହନ କୁମାର ସ୍ବାଇଁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସ‌ହ ସମ୍ପାଦକ ରୂପେ ଧନୁର୍ଜୟ ନାୟକ, ଋତୁରାଜ ବେହେରା ପ୍ରତିଦ୍ବନ୍ଦିତା କରୁଛନ୍ତି। କଡ଼ା ପୁଲିସ ସୁରକ୍ଷାରେ ଶୁକ୍ରବାର ଦିନ ନାମାଙ୍କନ ପତ୍ରଦାଖଲ ହୋଇଥିବା ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷା ଡଃ ମନୋଜା ମଞ୍ଜରୀ ସ୍ବାଇଁ ଜଣାଇଛନ୍ତି।

ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୁରୁଣା କଲେଜ ବାରଣ୍ଡାରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ ମୃତ୍ୟୁର କାରଣ ଖୋଜୁଛି ପୋଲିସ