ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଶେରଗଡ: ଗାହାଣ କଳାକାରଙ୍କ ସାଧାରଣ ଅଧିବେଶନରେ ଯୋଗ ଦେଲେ ପରିବହନ ମନ୍ତ୍ରୀ

ଶେରଗଡ: ଗାହାଣ କଳାକାରଙ୍କ ସାଧାରଣ ଅଧିବେଶନରେ ଯୋଗ ଦେଲେ ପରିବହନ ମନ୍ତ୍ରୀ – ସମୀକ୍ଷା ଖବର


ଅଜିତ କୁମାର ପଣ୍ଡା/ ଶେରଗଡ ସାମ୍ବାଦିକ / ସମୀକ୍ଷା ନ୍ୟୁଜ :

ଶେରଗଡ ୧୧/୧୦ —- ଗଞ୍ଜାମ ଜିଲ୍ଲା ମା ମଙ୍ଗଳା କୋଠିଶାଳ ଗାହାଣ କଳାକାର ସଂଘର ୧୮ତମ ସାଧାରଣ ଅଧିବେଶନ ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତ ସୁନାନ୍ତର ଗ୍ରାମର ନାଥେଶ୍ବର ମନ୍ଦିର ପ୍ରାଙ୍ଗଣରେ ମଙ୍ଗୁଳୁ ଚରଣ ସ୍ବାଈଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ୧୮ତମ ସାଧାରଣ ଅଧିବେଶନରେ ରାଜ୍ୟ ସରକାରଙ୍କ ଖଣିଜ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ବଳନ କରିଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ବରିଷ୍ଠ ସମାଜସେବୀ ତଥା ବିଜେପି ନେତା ନିରଞ୍ଜନ ଜେନା (କାଳିଆ),ଭାରତଲୀଳା ନାଟ୍ୟଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲ୍ଲା ରେ ଗଢି ଉଠିଥିବା ମା ମଙ୍ଗଳା କୋଠିଶାଳ ସଂଘ ଦୀର୍ଘ ଦିନ ହେଲା ଓଡ଼ିଶାର ଲୋକକଳା କୁ ବଞ୍ଚାଇ ରଖି ଆସୁଛନ୍ତି। ଏମାନେ ପରମ୍ପରାକୁ ବଞ୍ଚାଇ ରଖିଥିଲେ ମଧ୍ୟ କଳାକାର ମାନେ ଦୁର୍ଦ୍ଦିନରେ ଅଛନ୍ତି ଏବଂ ଦୀର୍ଘ ଦିନ ଧରି ସଂଘ ଗଠିତ ହୋଇଥିଲେ ମଧ୍ୟ ସଂଘର ଗୋଟାଏ ସ୍ଥାୟୀ ଗୃହ ନଥିବା ପ୍ରକାଶ କରିଥିଲେ।

ଶେରଗଡ: ଗାହାଣ କଳାକାରଙ୍କ ସାଧାରଣ ଅଧିବେଶନରେ ଯୋଗ ଦେଲେ ପରିବହନ ମନ୍ତ୍ରୀ – ସମୀକ୍ଷା

ଏହି ଅବସରରେ ମାନ୍ୟବର ମନ୍ତ୍ରୀ କଳାକାର ଙ୍କ ଦାବି କୁ ଯଥାର୍ଥ ମନେ କରି ସଂଘ ଲାଗି ଏକ ଗୃହ ନିର୍ମାଣ କରିବାକୁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ଏବଂ କଳାକାର ମାନଙ୍କ ବିଭିନ୍ନ ସମସ୍ୟା କୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରି ଯଥା ଶୀଘ୍ର କଳାକାର ମାନଙ୍କର ପରମ୍ପରା ବଜାୟ ରଖିବାକୁ ଆବଶ୍ୟକ ସହଯୋଗ ସରକାରଙ୍କ ତରଫରୁ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଈଥିଲେ। ଆଜିର ଏହି ବୈଠକରେ ବିଜେପି ଆସିକା ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଈଁ,ନରେନ୍ଦ୍ରପୁର ସରପଞ୍ଚ ଗୁରୁନାଥ ପୋଲାଈ, ଖିରିଡା ପୂର୍ବତନ ସରପଞ୍ଚ ଅଜିତ କୁମାର ଜେନା, ଧନନ୍ତର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ମକରା ସ୍ବାଈଁ, ଧବଳପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ମହାରଣା, ଶେରଗଡ ମଣ୍ଡଳ ସଭାପତି ସଞ୍ଜୟ ଜେନା,ସଂଘର ପ୍ରତିଷ୍ଠାତା ବାସୁଦେବ ନାୟକ, ସଂଘର ସାଧାରଣ ସମ୍ପାଦକ ଶରତଚନ୍ଦ୍ର ବେହେରା, ସହସମ୍ପାଦକ ସିମାଞ୍ଚଳ ନାହାକ, ଉପସଭାପତି ଭୁବନି ସାବତ,ଅର୍ଥ ସମ୍ପାଦକ ଚିତ୍ରସେନ ପାଣିଗ୍ରାହୀ, ବନବାସୀ ନାହାକ, ବଂଶୀଧର ସ୍ବାଈଁ, ଲଡୁ କିଶୋର ଗୌଡ, ଲଡୁ ସେଠି ଙ୍କ ସହିତ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ଯୋଗ ଦେଈଥିବା ବେଳେ ଧନନ୍ତର ପଞ୍ଚାୟତ ର ସମସ୍ତ ଜନସାଧାରଣ ପରିଚାଳନା ରେ ସହଯୋଗ କରିଥିଲେ।

ଶେରଗଡ: ଗାହାଣ କଳାକାରଙ୍କ ସାଧାରଣ ଅଧିବେଶନରେ ଯୋଗ ଦେଲେ ପରିବହନ ମନ୍ତ୍ରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାନବିକତାର ପରିଚୟ ଦେଲା ୧୦୮: ଚଳନ୍ତା ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ, ମା-ଝିଅ ସୁସ୍ଥ