ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜଗତସିଂହପୁର:ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା l

ଜଗତସିଂହପୁର:ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା l – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର,11/10/2026(ନି. ପ୍ର ):ଜଗତସିଂହପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା ଠାକୁରପାଟଣା ସ୍ଥିତ ହରିହରଙ୍କ ପୀଠରେ ସଂଗଠନର ସଭାପତି ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି |ସଭାରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଥାନା ଭାରାପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ,ସମ୍ମାନୀୟା ଅତିଥି ଭାବେ ସହ ଅଧିକାରିଣୀ, ତପସ୍ୱନି କାନୁନଗୋ, ମୁଖ୍ୟ ବକ୍ତା ସମାଜସେବୀ ବିନାୟକ ପଟ୍ଟନାୟକ, ମଞ୍ଚରେ ଉପସ୍ଥିତ ଥିଲେ| ଉପଦେଷ୍ଟା ମଣ୍ଡଳୀ, ବସନ୍ତ କୁମାର ରାଉତ, ବିଭୁଦ କୁମାର ମହାନ୍ତି, ସୁବାସ ଚନ୍ଦ୍ର ବେହେରା, ଲିଙ୍ଗରାଜ ବେହେରା, ପଦ୍ମନାଭ ପଣ୍ଡା, ଦୀପ୍ତି ଦାଶ, ସୁରପ୍ରସାଦ ନାୟକ ଆଦି ମଞ୍ଚରେ ଉପସ୍ଥିତି ଥିଲେ |
ସଭା ପରିଚାଳନା କରିଥିଲେ ସଂଗଠନର କାର୍ଯ୍ୟ କାରି ସଭାପତି ଭାରତଚନ୍ଦ୍ର ନାଥ, ଉପ ସଭାପତି ବୈକୁଣ୍ଠ ମହାପାତ୍ର, ସାଧାରଣ ସମ୍ପାଦକ ହିତେଶ ମହାନ୍ତି, ଯୁଗ୍ମ ସମ୍ପାଦକ ଦ୍ୱାରିକାନାଥ ମହାପାତ୍ର,ଦାମୋଦର ମୁଦୁଲି, ଆଦିତ୍ୟ ପ୍ରସାଦ ଆଚାର୍ଯ୍ୟ,ସଂଗଠନ ସମ୍ପାଦକ ଦେବୀପ୍ରସନ୍ନ ମହାନ୍ତି,କୋଷାଦକ୍ଷ ବିଜୟକୁମାର ନାୟକ,ସୁଷମା ପ୍ରଧାନ, ସନାତନ ମହାନ୍ତି, ଅଭୟଦାସ, ସାରଦା ପ୍ରସାଦଦାସ , ରବିନ୍ଦ୍ର ନାୟକ, ଭାଗବାନ ଦାସ, ହୃଷିକେଶ ଚୟନୀ ପ୍ରମୁଖ ଯୋଗଦେଥିବା ବେଳେ, ଦୁଇଶହ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ସଦସ୍ୟ ଉପସ୍ଥିତ ଥିଲେ l

ଜଗତସିଂହପୁର:ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା l – ସମୀକ୍ଷା
    ସଭାପୂର୍ବରୁ ହରିହର ଭଜନ ସଂନ୍ଧ୍ୟା ଦ୍ୱାରା ସଭାପୂର୍ବରୁ ହରିହର ଭାଜନ ସଂନ୍ଧ୍ୟା ଦ୍ୱାରା ଭଜମ ପରିବେଷଣ କରାଯାଇଥିଲା, ସଭାଆରମ୍ଭରେ ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ, ମାଲ୍ୟାର୍ପଣ, ବେଦପାଠ, ପରେ ଦିବଂ ଗତ ସଦସ୍ୟମାନଙ୍କ ଉଦେଶ୍ୟରେ ଏକ ମିନିଟି ନୀରବ ପ୍ରାଥନା କରାଯାଇଥିଲା l ସଂପାଦକୀୟ ବିବରଣୀ ପାଠକରିଥିଲେ ହିତେଶ କୁମାର ମହାନ୍ତି

          ମୁଖ୍ୟ ଅତିଥି ଥାନା ଅଧିକାରୀ ତାଙ୍କ ଅଭିଭାଷଣରେ ବରିଷ୍ଠ ମନେ ସମାଜର ଯୁବପିଢ଼ୀ ମାନଙ୍କୁ  ପଥଭ୍ରଷ୍ଟ, ଓ ନିଶାସେବନ ରୁ  ଭଲବାଟକୁ ଆଣିପାରିବା ପାଇଁ ପ୍ରଚେଷ୍ଟା କଲେ, ସମାଜସୁଧୁରି ଯିବ l ପ୍ରସ୍ତାବ ଅନୁଯାଇ ପୂର୍ବରୁ ଥିବା ଜଗତସିଂହପୁର ଜିଲ୍ଲା ବରିଷ୍ଠ ନାଗରିକ ଫୋରମର ନାମ ପରିବର୍ତ୍ତନ କରାଯାଇ ଜଗତସିଂହପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନ ରଖଆଯିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା,ଅତିଥି ମାନଙ୍କ ଦ୍ୱାରା ନୂତନ ସଦସ୍ୟ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା  ଳ
     ଆଗାମୀଦିନରେ ଅନୁଷ୍ଠାନ ସରକାରୀ ପଞ୍ଜିକୃତ କରାଯିବ ଓ ଆଗାମୀ ବାର୍ଷିକ ଉତ୍ସବକୁ ସରସସୁନ୍ଦର କରିବା ପାଇଁ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ କାମନା କରା ଯାଇଥିଲା |ସଭାପତି,ସଂଗଠନତରଫରୁ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସେବା ନିମତେ ମେଡ଼ିକାଲରେ ସ୍ୱତନ୍ତ୍ର ସୁବିଧା ରଖାଯିବାପାଇଁ କର୍ମକର୍ତ୍ତା ମାନଙ୍କ ସହ ମେଡିକାଲ ଅଧିକାରୀଙ୍କୁ ଭେଟିବା ପାଇଁ ବୈଠକରେ ସ୍ଥିର ହେଲା l ଶେଷରେ ଉପସଭାପତି ବୈକୁଣ୍ଠ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ସଦସ୍ୟ ମାନଙ୍କ ନିମତେ ପ୍ରସାଦସେବନର ବ୍ୟବସ୍ତା କରାଯସିଥିଲା l
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲିକୁଦା:ଓଡିଶା ଡ୍ରାଇଭର ମହାସଂଘର ସାଂଘଠନିକ ସଭା