ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ: ତପନ ନାୟକ ସଭାପତି ଓ ଲୋହିତ ମହାପାତ୍ର ସାଧାରଣ ସମ୍ପାଦକ ନିର୍ବାଚିତ

ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ: ତପନ ନାୟକ ସଭାପତି ଓ ଲୋହିତ ମହାପାତ୍ର ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା:

ଖୋରଧା, ୧୧/୧୦/୨୬ ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ (କେଡିୟୁଜେ)ର ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରବିବାର ଖୋରଧା ଜିଲା ସାମ୍ବାଦିକ ଭବନରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ସାଂଗଠନିକ ଆଲୋଚନା ସହ ନୂତନ କମିଟି ଗଠନ କରାଯାଇଛି। ଏଥିରେ ତପନ କୁମାର ନାୟକ ସଭାପତି ଓ ଲୋହିତ ନାରାୟଣ ମହାପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ରାଜ୍ୟ ସାମ୍ବାଦିକ ସଂଗଠନ ଓୟୁଜେର ନିର୍ଦ୍ଦେଶକ୍ରମେ ଜିଲା ସଭାପତି ତପନ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଲୋହିତ ନାରାୟଣ ମହାପାତ୍ର ସ୍ୱାଗତ ଭାଷଣ ଦେଇ ଉପସ୍ଥିତ ସାମ୍ବାଦିକମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ସଭାପତି ସାମ୍ବାଦିକତାରେ ନିରପେକ୍ଷତା, ସତ୍ୟନିଷ୍ଠା ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ସଂଘର ଏକତା, ଶୃଙ୍ଖଳା ଓ ସାମୂହିକ ସ୍ୱାର୍ଥର ସୁରକ୍ଷା ସହ ସାମ୍ବାଦିକତାର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ: ତପନ ନାୟକ ସଭାପତି ଓ ଲୋହିତ ମହାପାତ୍ର ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା


ରାଜ୍ୟ କାର୍ଯ୍ୟାଳୟ ସଂପାଦକ ପ୍ରସନ୍ନ ପାଇକରାୟ ନିର୍ବାଚନ ପରିଚାଳନା କରିଥିଲେ । ବୈଠକରେ ସଦସ୍ୟମାନେ ସଂଘର ବିଭିନ୍ନ ସାଂଗଠନିକ ସମସ୍ୟା, ଅଭିଜ୍ଞତା ଓ ଅଭିଯୋଗ ଉପସ୍ଥାପନ କରିବା ସହ ସଂଗଠନକୁ ଅଧିକ ସୁଦୃଢ଼ କରିବା ଓ ସଂଘର ନିଜସ୍ୱ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ।ନୂତନ କମିଟିରେ ପ୍ରସନ୍ନ କୁମାର ପାଇକରାୟଙ୍କୁ ମୁଖ୍ୟ ଉପଦେଷ୍ଟା ଏବଂ ସନତ କୁମାର ପଟ୍ଟନାୟକ, ରବି ସ୍ୱାଇଁ, ସୟଦ ଅନଶର ଅଲ୍ଲୀ ଓ ଦିଲୀପ ହୋତାଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସେହିପରି ନାରାୟଣ ମହାନ୍ତି ଓ ଶ୍ରୀକାନ୍ତ ପ୍ରଧାନ ଉପସଭାପତି ଏବଂ ସନ୍ଦୀପ ବର୍ମନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମିଡିଆ ସଂଯୋଜକ ଦାୟିତ୍ୱ ଶୁଭଲକ୍ଷ୍ମୀ ସାମନ୍ତରା ଓ ମହମ୍ମଦ ଫଜଲୁର ରହମାନଙ୍କୁ ମନୋନୀତ କରାଯାଇଛି।
ବ୍ଲକସ୍ତରରେ ସଂଘର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ପାଇଁ ଟାଙ୍ଗୀ ବ୍ଲକ ସମ୍ପାଦକ ଭାବେ ସ୍ୱାଗତିକା ପାହାଡ଼ସିଂହ, ଜଟଣୀ ବ୍ଲକ ସମ୍ପାଦକ ଭାବେ ଅଶୋକ ପଟ୍ଟନାୟକ, ବେଗୁନିଆ ବ୍ଲକ ସମ୍ପାଦକ ଭାବେ ଚନ୍ଦନ କୁମାର ସୁନ୍ଦରାୟ, ବୋଲଗଡ଼ ବ୍ଲକ ସମ୍ପାଦକ ଭାବେ ବାସୁଦେବ ବେହେରା ଏବଂ ଖୋରଧା ବ୍ଲକ ସମ୍ପାଦକ ଭାବେ ଜିତେନ୍ଦ୍ର ଭଞ୍ଜଙ୍କୁ ଚୟନ କରାଯାଇଛି।
ସଂଘର ଶୃଙ୍ଖଳା ଓ ଆର୍ଥିକ ସ୍ୱଚ୍ଛତା ପ୍ରସଙ୍ଗରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ନୂତନ କର୍ମକର୍ତ୍ତା ନିର୍ବାଚନ ପରେ ସଂଘର ସାଂଗଠନିକ ଭିତ୍ତିକୁ ମଜବୁତ କରିବା, ସାମ୍ବାଦିକମାନଙ୍କ ସମସ୍ୟା ଓ ସ୍ୱାର୍ଥକୁ ପ୍ରାଥମିକତା ଦେବା ଏବଂ ନିରପେକ୍ଷ ସାମ୍ବାଦିକତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ଶେଷରେ ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ କେ ଡି ୟୁ ଜେ ର ୫୦ ରୁ ଉର୍ଦ୍ଧ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ: ତପନ ନାୟକ ସଭାପତି ଓ ଲୋହିତ ମହାପାତ୍ର ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୱଣ୍ଡରୱାଲା ୱାଟର ପାର୍କ ଓ ଅରାଙ୍ଗ-ମଧୁପୁର ନିକଟରେ ଦୁଇଟି ସ୍ଥାନରେ ଚଢ଼ାଉ; ୭ଟି ଜେସିବି ଓ ୫ଟି ହାଇୱା ଜବତ,