ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ବରଗଡ଼ରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ କେନ୍ଦ୍ର ଉଦ୍‌ଘାଟିତ

ବରଗଡ଼ରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ କେନ୍ଦ୍ର ଉଦ୍‌ଘାଟିତ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:


ବରଗଡ଼, ୧୧।୧୦ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ (ଷ୍ଟେମ୍) ଶିକ୍ଷା ସହ ବିମାନ ଚଳାଚଳ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ବରଗଡ଼ସ୍ଥିତ ଦି କୋଶଳ ସ୍କୁଲ ପରିସରରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ରବିବାର ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏହାର ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ର ଦ୍ୱାରା ବର୍ଷକୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଉଦ୍‌ଘାଟନୀ ଉତ୍ସବରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଦି କୋଶଳ ସ୍କୁଲର ଅଧ୍ୟକ୍ଷ ମୁରଲୀ କୃଷ୍ଣ ଗନ୍ନାମନୀଙ୍କ ସମେତ ବୋଇଂ ଓ ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନର ଅଧିକାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ରାଜ୍ୟପାଳ କେନ୍ଦ୍ର ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପ୍ରକଳ୍ପ, ବିଭିନ୍ନ ମଡେଲ୍ ଓ ଏରୋମଡେଲିଂ ପ୍ରଦର୍ଶନ ଦେଖିଥିଲେ। ରାଜ୍ୟପାଳ କହିଥିଲେ ଯେ, ଗୁଣାତ୍ମକ ଷ୍ଟେମ୍ ଶିକ୍ଷାର ପରିସର ବୃଦ୍ଧି ଆବଶ୍ୟକ।

ବରଗଡ଼ରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ କେନ୍ଦ୍ର ଉଦ୍‌ଘାଟିତ – ସମୀକ୍ଷା

ଏହି କେନ୍ଦ୍ର ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଓ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଭବିଷ୍ୟତରେ ପ୍ରଯୁକ୍ତିବିଦ୍ୟା ଓ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ପ୍ରେରଣା ଦେବ। ବୋଇଂ ଇଣ୍ଡିଆ ଓ ଦକ୍ଷିଣ ଏସିଆର ସଭାପତି ସଲିଲ ଗୁପ୍ତେ କହିଥିଲେ ଯେ, ଏହି କେନ୍ଦ୍ର ବରଗଡ଼ର ପିଲାଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଷ୍ଟେମ୍ ଓ ବିମାନ ଚଳାଚଳ କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ଦେବ। ଷ୍ଟେମ୍ ଲ୍ୟାବ୍‌ରେ ରୋବୋଟିକ୍ସ, ଇଲେକ୍ଟ୍ରୋନିକ୍ସ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଫିଜିକାଲ୍ କମ୍ପ୍ୟୁଟିଂ ଓ ଏରୋସ୍ପେସ୍ ସମ୍ପର୍କିତ ଶିକ୍ଷା ଦିଆଯିବ। ଏରୋମଡେଲିଂ କେନ୍ଦ୍ରରେ ବିମାନର ଡିଜାଇନ୍, ଏରୋଡାଇନାମିକ୍ସ ଓ ମଡେଲ୍ ବିମାନ ତିଆରି କରି ଉଡ଼ାଇବାର ବ୍ୟବହାରିକ ପ୍ରଶିକ୍ଷଣ ମିଳିବ। ଏହା ସହ ଫ୍ଲୁଏଣ୍ଡଗ୍ରିଡ୍ ଲିମିଟେଡ୍‌ର ସିଏସ୍‌ଆର୍ ଶାଖା ‘ଆନନ୍ଦ ସିଟିଜେନ୍’ ପକ୍ଷରୁ ଏକ ଏଆଇ ଲ୍ୟାବ୍ ମଧ୍ୟ ସ୍ଥାପନ କରାଯାଇଛି।ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନର ଅଧ୍ୟକ୍ଷା ଡ. ଅଞ୍ଜଳୀ ପ୍ରକାଶ କହିଥିଲେ ଯେ, ଏଭଳି ଲ୍ୟାବ୍ ପିଲାଙ୍କ କୌତୂହଳ, ଆତ୍ମବିଶ୍ୱାସ ଓ ସୃଜନଶୀଳତା ବଢ଼ାଇବା ସହ ଝିଅମାନଙ୍କୁ ଷ୍ଟେମ୍ କ୍ଷେତ୍ରରେ କ୍ୟାରିୟର ପାଇଁ ଉତ୍ସାହିତ କରିବ। ୨୦୨୪ରେ ଆରମ୍ଭ ହୋଇଥିବା ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଲକ୍ଷ୍ୟ ବିମାନ ଚଳାଚଳ କ୍ଷେତ୍ରରେ ମହିଳାଙ୍କ ଭାଗିଦାରି ବୃଦ୍ଧି କରିବା। ବରଗଡ଼ରେ ଏହି କେନ୍ଦ୍ର ପ୍ରତିଷ୍ଠା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଶିକ୍ଷଣ ସୁଯୋଗ ସୃଷ୍ଟି କରିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମଳଦାରେ ରାଜ୍ୟସ୍ତରୀୟ ବିଞ୍ଝାଲ ସମାଜ ସମ୍ମିଳନୀ