ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ଓଡ଼ିଶା ଗୌରବ ସମ୍ମାନ

ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ଓଡ଼ିଶା ଗୌରବ ସମ୍ମାନ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି:୧୨/୧୦/୨୬

ମାଲକାନଗିରି ଜିଲ୍ଲା ପାଇଁ ଗୌରବ; ନିଃଶୁଳ୍କ ଆଇନ ସହାୟତା ଓ ଜନସେବାରେ ଉଲ୍ଲେଖନୀୟ ଅବଦାନ ଆଇନ ସେବା, ସାମାଜିକ ନ୍ୟାୟ ଓ ଜନକଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ବରିଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନ୍‌ଠାରେ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ୍, ଇଣ୍ଡିଆ (HRPCI) ପକ୍ଷରୁ ଆୟୋଜିତ ସମ୍ମାନ ସମାରୋହରେ ତାଙ୍କୁ ‘Excellence in Legal Service & Social Justice’ ବର୍ଗରେ ମାନପତ୍ର ଓ ସମ୍ମାନସୂଚକ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ସିଆରପିଏଫ୍‌ ଓଡ଼ିଶାର ଡିଆଇଜି ବଳରାମ ବେହେରା, ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ, HRPCIର ରାଜ୍ୟ ସଭାପତି ଡ. ନାରାୟଣ ପତି ଏବଂ ଷ୍ଟେଟ୍‌ ପାଇକା ସଂଘ, ଓଡ଼ିଶାର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ଓଡ଼ିଶା ଗୌରବ ସମ୍ମାନ – ସମୀକ୍ଷା

ଶ୍ରୀ ମହାନ୍ତି ଦୀର୍ଘଦିନ ଧରି ଗରିବ, ଅସହାୟ ଓ ଆଇନଗତ ସହାୟତାରୁ ବଞ୍ଚିତ ଲୋକଙ୍କୁ ନିଃଶୁଳ୍କ ଆଇନ ସହାୟତା ପ୍ରଦାନ କରିଆସୁଛନ୍ତି। ସେ ଦୁଇଥର ମାଲକାନଗିରି ବାର୍‌ ଆସୋସିଏସନ୍‌ର ସଭାପତି ଭାବେ ଦାୟିତ୍ୱ ତୁଲାଇଥିବାବେଳେ ବର୍ତ୍ତମାନ ଏହାର ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ଆଇନ ସେବା ବ୍ୟତୀତ ଚିକିତ୍ସା ସହାୟତା, ସାମାଜିକ ସେବା, ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ଗରିବ ଓ ଅବହେଳିତ ବର୍ଗର ଲୋକଙ୍କ ଅଧିକାର ପାଇଁ ପ୍ରଶାସନ ନିକଟରେ ସ୍ୱର ଉତ୍ତୋଳନ କରିବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି। ତାଙ୍କର ଦୀର୍ଘଦିନର ଜନସେବା ଓ ଆଇନଗତ ସହାୟତା କାର୍ଯ୍ୟକୁ ଏହି ସମ୍ମାନ ମାଧ୍ୟମରେ ସ୍ୱୀକୃତି ମିଳିଛି। ନୃସିଂହ ଚରଣ ମହାନ୍ତିଙ୍କ ଏହି ସଫଳତା ମାଲକାନଗିରି ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଥିବାବେଳେ ଆଇନ ସେବା ଓ ସାମାଜିକ ନ୍ୟାୟ କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି ବଙ୍ଗାଳୀ ସମାଜର ଭେଜାଙ୍ଗୀ୍ୱାଡା ଜୋନ କମିଟି ଗଠନ