ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ଦିନେ ନୁହଁ ୨ ଦିନ ନୁହଁ ପ୍ରାୟ ୧୫ ରୁ ୨0 ଦିନ ହେଲା ଗ୍ରାମରେ ନାହିଁ କରେଣ୍ଟ ଅନ୍ଧାରରେ ଅଛନ୍ତି ଗ୍ରାମବାସି ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରି ପଂଚାୟତ ର ପିକଡ଼ବେଡା ଗ୍ରାମରେ ଟ୍ରାନ୍ସଫରମର ପୋଡି ଯିବାରୁ ଅନ୍ଧାରରେ ୨0 ଦିନ ହେଲା ଜୀବନ ବିତାଉଛନ୍ତି ଗ୍ରାମବାସି ଫଳରେ ଛୋଟ ଛୁଆ ରୁ ବଡ଼ ଲୋକେ ଅନ୍ଧାରରେ ରହୁଥିବାର ଅଭିଯୋଗ କରିଛନ୍ତି ମୋବାଇଲ ଚାର୍ଜ ସହ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଥିବାର ଦେଖିବାକୁ ମିଳିଛି,କିଛିଦିନ ପୂର୍ବେ ଗ୍ରାମରେ ଲାଗିଥିବା ଟ୍ରାନ୍ସଫରମର ଖରାପ ହେଉଥିବାରୁ ବିଦ୍ୟୁତ କର୍ମଚାରି ଗ୍ରାମକୁ ଯାଇ ଓଲଟା ତାର ଲଗେଇଦେଇଥିବାରୁ ଟ୍ରାନ୍ସଫରମର ଜଳିଯାଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସି ଫଳରେ ଅନ୍ଧାରରେ ଗ୍ରାମବାସି ଆଖପାଖ ଗ୍ରାମରେ କରେଣ୍ଟ ଥିବାବେଳେ ପିକଡ଼ବେଡା ଗ୍ରାମରେ ନାହିଁ କରେଣ୍ଟ,ପ୍ରଶାସନ ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ କରିବାକୁ ଗ୍ରାମର ସନପତ ଗଣ୍ଡ, ରାଇସିଂ ଗଣ୍ଡ, ଡମୁ ମାଳି, ଅକୁରଚନ୍ଦ୍ର ହରିଜନ, ଲଖିଚନ୍ଦ୍ର ହରିଜନ, ରାମନାଥ ଗଣ୍ଡ, ଛେଡୁରାମ ଗଣ୍ଡ, କପୁର ଗଣ୍ଡ, ରାଜମନ ଗଣ୍ଡ, ସୁଦରଣ ଗଣ୍ଡ, ଫୁଲଚାନ୍ଦ ଗଣ୍ଡ, ଦେଓନାଥ ଗଣ୍ଡ, ରାଜୁ ଗଣ୍ଡ ଙ୍କ ସମେତ ସମସ୍ତ ଗ୍ରାମବାସି କରେଣ୍ଟ ଟ୍ରାନ୍ସଫରମର ତିଆରି କରିବାକୁ ଦାବି କରିଛନ୍ତି






