ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ

ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର ଜୟପୁର ରାସ୍ତା ଯିଏକି ପାରାଦ୍ୱୀପ ଆଗକୁ ଯାଇଛି ସେହି ମୁଖ୍ୟ ରାସ୍ତାର ଗୋରଖପୁର ରେଳ ଫାଟକ ଉପରେ ଏକ ଓଭର ବ୍ରିଜ 2018ଠାରୁ ଭିତ୍ତି ସ୍ଥାପନ ହୋଇଥିଲା | ଏହା ଜଗତସିଂହପୁର ଠାରୁ 10କିମି ଦୂରରେ ଅବସ୍ଥିତ |ଜାଗାର ନାମ ଛପଡା ଏବଂ ଓଭରବ୍ରିଜ ଗୋରଖନାଥ ପଶ୍ଚିମ ଫାଟକରେ ଅବସ୍ଥିତ |ଦୀର୍ଘ ଆଠ ବର୍ଷ ବିତିଗଲାଣି ମାତ୍ର ବ୍ରିଜଟି ଚାଲୁ ହୋଇ ପାରିନାହିଁ | ଗାଡି, ମୋଟର ଓ ଲୋକମାନେ ରେଳ ଫାଟକ ପାର ହେବାପାଇଁ ବହୁ ହନ୍ତ ସନ୍ତ ହେଉଛନ୍ତି |ଲୋକ ମାନଙ୍କ ପାଖରେ ପ୍ରଶ୍ନ ‘କେବେ ବନିବ ଗୋରଖନାଥ ଓଭରବ୍ରିଜ ପ୍ରକାଶ ଯୋଗ୍ୟ କି, ପାରାଦ୍ୱୀପ-କଟକ-ଭୁବନେଶ୍ଵର -ପୁରୀ ରେଳ ଯୋଗାଯୋଗ ଏହି ରେଳପଥ ଦେଇ ହୋଇଥାଏ |ପୁଣି ତାଳଚେର-କଟକ-ପାରାଦ୍ୱୀପ କୋଇଲା ବୁହା ରେଳ ମାଲବୁହା ବଗି ଏହି ରେଳ ପଥରେ ଚାଲିଥାଏ | ରେଳପଥଟି ବହୁ ରେଳକୁ ଯିବା ଆସିବାରେ କାର୍ଯ୍ୟ ଭିଡରେ ଥିବାରୁ ଫାଟକ ବହୁବାର ଖୋଲା ବନ୍ଦ ହୋଇଥାଏ | ଜଗତସିଂହପୁର ଠାରୁ ଜୟପୁର ଯିବା ଆସିବା କରୁଥିବା ଗାଡି, ମଟର ଓ ଲୋକ ମାନେ ବହୁବାର ଯାମରେ ରହୁଛନ୍ତି | ସମୟରେ ଗନ୍ତବ୍ୟ ସ୍ଥାନରେ ପହଂଚିବା ସମ୍ଭବ ହେଉନାହିଁ | ସେଥିପାଇଁ ଏହି ଓଭରବ୍ରିଜଟି ଗଠନପାଇଁ ପ୍ରସ୍ତାବ ଥିଲା |ଏହି ରାସ୍ତାରେ ଜଗତସିଂହପୁର, ବାଲିକୁଦା, ନାଉଗାଁ, କାକଟପୁର, ଅସ୍ତରଙ୍ଗ, ନିଆଳି, କୋଣାରକ, ପୁରୀ,ଏପଟେ ଏହି ରାସ୍ତାଟି ପାରାଦ୍ୱୀପ, କୁଞ୍ଜଙ୍ଗ, ଏରସମା, ତିର୍ତୋଲ, ସାଲେପୁର, ମହାକାଳପଡ଼ା, ପାଟକୁରା, କୋରୁଆ, କେନ୍ଦ୍ରାପଡା, ରାଜକନିକା, ପଟାମୁଣ୍ଡାଇ ଇତ୍ୟାଦି ଲୋକ ମାନଙ୍କ ପୁରୀ, କୋଣାର୍କ, କାକଟପୁର ଓ ସାରଳା ପୀଠ , ଗୋରଖନାଥ, ପାରାଦ୍ୱୀପ, ବନ୍ଦର, ଆଦି ଜାଗାକୁ ଯିବା ଆସିବା କରିଵା ପାଇଁ ସଂଯୋଗୀ କାରଣ ରାସ୍ତା ଅଟେ |ଏଣୁ ଗାଡି ମୋଟର ସଂଖ୍ୟା ବହୁତ ଭିଡ ହୋଇଥାଏ | ଏହାର ସମାଧାନ ଏବଂ ସମୟ ବଞ୍ଚାଇବା ପାଇଁ ଏହି ଓଭରବ୍ରିଜଟି ବହୁ ସହାୟକ ହେବ |

ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ – ସମୀକ୍ଷା


ଏଠାରେ ଆଉ ଏକ ସମାଧାନ ପାଇଁ ଜନସାଧାରଣ ଦାବିକରି ଆସୁଛନ୍ତି, ଯେ ପାରାଦ୍ୱୀପ- ଢ଼ିଙ୍କିଆ ନୂଆଗାଁ-ଗୋଡ଼ା- ଅନନ୍ତପୁର – ଗୋପୀନାଥ ପୁର -ପୋଦରୁଆ- ତରାସାହି -କାକଟପୁର -କୋଣାର୍କ ଏକ ରେଳପଥ ହୋଇଗଲେ ଅନେକ ଭିଡ କମିଯାନ୍ତା |ପୋଦରୁଆରୁ ଜଗତସିଂହପୁର ହୋଇ କଟକ ଓ ପୋଦରୁଆରୁ କାକଟପୁର ହୋଇ ଭୁବନେଶ୍ଵର ରେଳ ସଂଯୋଗୀକରଣ ହେଲେ ଏହି ଅଞ୍ଚଳର ଅର୍ଥନୀତି ବହୁ ଗୁଣାରେ ବୃଦ୍ଧି କରିବ | ଏହା ଏକ ଅଞ୍ଚଳର ଅର୍ଥନୈତିକ ଜୀବନ ରେଖା ପାଲଟିବ |ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ବୃଦ୍ଧିପାଇବ | ସେଥିପାଇଁ ସମାଜସେବୀ, ଜନସାଧାରଣ, ବୁଦ୍ଧିଜୀବୀ ମାନେ ଜଗତସିଂହପୁର ସାଂସଦ ଙ୍କୁ ବହୁବାର କର୍ଣ୍ଣଗୋଚର କରେଇଛନ୍ତି | ସମାଜସେବୀ ତଥା ଅବସର ପ୍ରାପ୍ତ ଇଞ୍ଜିନିଅର ଭଗବାନ ମହାନ୍ତି, ଚଣ୍ଡେଶ୍ଵର ବେହେରା, ଅକ୍ଷୟ ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ବିଜୟ ଦାସ, ଜଗତସିଂହପୁର ଓକିଲ ସଙ୍ଘ ସଭାପତି ରବୀନ୍ଦ୍ର ସ୍ୱାଇଁ, ଅଧିବକ୍ତା ପରିଷଦ ଉପ ସଭାପତି ହର୍ଷଲତା ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁ,ଦୈତାରୀ ପ୍ରଧାନ, ଦୁର୍ୟୋଧନ ପଣ୍ଡା, କୃପାସିନ୍ଧୁ ମହାନ୍ତି, ଗୌରାଙ୍ଗ ଲେଙ୍କା, ସଞ୍ଜୟ ପରିଡା, ତରୁଣ ସ୍ୱାଇଁ, ଅଶ୍ୱିନ ରାଉତ, ପ୍ରକାଶ ବେହେରା, ଅଶୋକ ଜେନା, ଜନାର୍ଦ୍ଧନ ମହାନ୍ତି, ଶ୍ରୀଖର ରାଉତ, ବିଚିତ୍ରାନଦ ସ୍ୱାଇଁ, କାଳନ୍ଦୀ ମହାନ୍ତି, ଅସିତ ରାୟ,ଉପେନ୍ଦ୍ର ଜେନା, ରମେଶ ପରିଡା, ହେମନ୍ତ ଭଟ୍ଟ, ସଞ୍ଜୟ ପଣ୍ଡା, ନୀଳମଣି ରାଉତ, ରବି ଜେନା, ଅଭୟ ମହାନ୍ତି, ଭରତ ନାୟକ, ଯଶୋବନ୍ତ ବେହେରା, ଦିଲୀପ ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, ଶିବ ବିଶ୍ୱାଳ, ଖିରୋଦ ଆଚାର୍ଯ୍ୟ, ବଚନ ସ୍ୱାଇଁ, ନିତ୍ୟାନନ୍ଦ ବିଶ୍ୱାଳ ଇତ୍ୟାଦି ବ୍ୟକ୍ତି ଗଣ ବାଲିକୁଦାର ଯୁବ, ଉଦୀୟମାନ ତଥା ଅଞ୍ଚଳର ସୁଖଦୁଃଖର ସାଥି,ନେତା ସତ୍ୟ ସାରଥୀ ମହାନ୍ତି ଏବଂ ସାଂସଦ ଡ଼ ବିଭୁ ପ୍ରସାଦ ତରାଇଙ୍କୁ ପ୍ରସ୍ତାବ ଦେଇଛନ୍ତି |

ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ – ସମୀକ୍ଷା

ବୁଦ୍ଧିଜୀବୀ ମାନେ ଗତ ବର୍ଷ ଅଞ୍ଚଳର କଳା ଓ ସାହିତ୍ୟ ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ଦଶବାଟିଆ ଯାତ୍ରା ମହୋତ୍ସବରେ ସାଂସଦ ଡ଼ ବିଭୁ ପ୍ରସାଦ ତରାଇଙ୍କୁ ବାକ୍ୟାଳାପ ଜରିଆରେ ଏହି ରେଳ ପଥ କଥା କହିଥିବାବେଳେ ସାଂସଦ ତରାଇ ରେଳ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ ଯୁକ୍ତାତ୍ମକ ଭାବେ ଉତ୍ତର ଦେଇଥିବାରୁ ଅଞ୍ଚଳ ବାସି ଉଚ୍ଚାହିତ ଅଛନ୍ତି | ସତ୍ୟ ସାରଥୀ ମହାନ୍ତି ମଧ୍ୟ ଓଡ଼ିଶାର ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ କର୍ଣ୍ଣଗୋଚର କରାଇବା ସହ ଭାରତ ସରକାରଙ୍କର ରେଳ ମନ୍ତ୍ରୀଙ୍କୁ ଭେଟି ଚର୍ଚ୍ଚା କରିବେ ବୋଲି ପ୍ରତିଶୃତି ଦେଇଥିବାରୁ ବୁଦ୍ଧିଜୀବୀ ମାନେ ଆଶାଇ ଅଛନ୍ତି |

ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପିପିଲି ଜାଭିଅର ସ୍କୁଲ ଅଧକ୍ଷା ଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ