ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ – ସମୀକ୍ଷା ଖବର

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ :


ରାଜନଗର , ୧୩/୧୦ (ଇମିସ) ଛାତ୍ର ସଂସଦ ନିର୍ବାଚନ ଯେତେ ପାଖେଇ ଆସୁଛି ଉତ୍ତେଜନା ସେତେ ବଢିବାରେ ଲାଗିଛି | ରାଜନଗର ନିର୍ବାଚନ ମଣ୍ଡଳୀର ମଦନପୁରସ୍ଥିତ ୟୁକେ ମହାବୀର ମହାବିଦ୍ୟାଳୟରେ ଗଣ୍ଡୋଗୋଳ ଯୋଗୁ ନିର୍ବାଚନ ବାତିଲ ହୋଇ ସାରିଛି | ଏପଟେ ୧୨ ତାରିଖ ରାତିରେ ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମୁଖରେ ଲାଗିଥିବା ବିଜୁ ଛାତ୍ର ଜନତା ଦଳ ସମର୍ଥିତ ଛାତ୍ର ସଂସଦ ପାର୍ଥୀଙ୍କ ହୋଡିଙ୍ଗକୁ ପୋଡିଦିଆଯିଛି | କେତେକ ହୋଡିଙ୍ଗକୁ ପୋଡି ଦିଆଯାଇଥିବା ବେଳେ ଆଉ କେତେକ ହୋଡିଙ୍ଗକୁ ଚିରି ଦିଆଯାଇଛି | ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପତିକ୍ରିୟା ପ୍ରକାଶ ପାଇଛି | ସୋସିଆଲ ମିଡିଆରେ ପୋଡା ଯାଇଥିବା ଓ ଚିରା ଯାଇଥିବା ହୋଡିଙ୍ଗର ଫଟୋ ଦେଇ ଏହାର ଜବାବ ୧୫ ତାରିଖରେ ଛାତ୍ରଛାତ୍ରୀମାନେ ଦେବେ ବୋଲି ଲେଖାଯାଇଛି | ଅନ୍ୟ ପକ୍ଷରେ ଗତକାଲି ବିଳମ୍ବିତ ରାତିରେ କିଏ ହୋଡିଙ୍ଗ ରେ ନିଆଁ ଲଗାଇଲା , ଏହା ପଛରେ କାହାର ହାତ ଅଛି ତାହାକୁ ନେଇ ଆଲୋଚନା ଜାରି ରହିଛି | ଏନେଇ ଛାତ୍ର ବିଜେଡି ସମର୍ଥିତ ସଭାପତି ପାର୍ଥୀ ରାକେଶ ଦାସ , ଉପସଭାପତି ପାର୍ଥୀ ନଳିନୀକାନ୍ତ ପ୍ରଧାନ , ସମ୍ପାଦକ ପାର୍ଥିନୀ ରୂପାଲୀ ସ୍ଵାଇଁ , ସହ ସମ୍ପାଦିକା ପାର୍ଥିନୀ ଗାୟତ୍ରୀ ମାଝି ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗରେ ଏପରି କାଣ୍ଡ କରିଥିବା ଦୁର୍ବୁର୍ତ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଛନ୍ତି |

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅସୁରାଳିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର